ପୁରୀ,୧୬।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ମଙ୍ଗଳବାରଠୁ ଆରମ୍ଭ ହେବାକୁ ଯାଉଛି। ଦୈନିକ ୫ ଘଣ୍ଟା ଧରି ମରାମତି କାମ ହେବାକୁ ଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ମରାମତି କାମ ହେବ। ଏହି ସମୟରେ ଏଏସଆଇର ସଂରକ୍ଷଣ ଓ ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ ଉପସ୍ଥିତି ରହିବେ। ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଓ ASIର ସ୍ବତନ୍ତ୍ର ଟିମ ମଧ୍ୟ ଉପସ୍ଥିତ ରହିବେ।