ଦଶମନ୍ତପୁର,୧୮ା୫ (ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ଅଧୀନ ବାଟିସିଲଗୁଡ଼ା ଗ୍ରାମରେ ବର୍ତ୍ତମାନ ସୋଲାର ପ୍ରକଳ୍ପ ମରାମତି ହୋଇ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଗାଁର ୭୨ ପରିବାରର ୩୮୬ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନେଇ ଡିଏମ୍ଏଫ୍ ଫଣ୍ଡ ମାଧ୍ୟମରେ ଜିଲା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ୯ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ସୋଲାର ପମ୍ପ ପ୍ରକଳ୍ପ ନିର୍ମାଣ କରାଯାଇ ଥିଲା। ନିମ୍ନମାନର କାମ ଯୋଗୁ କିଛି ଦିନ ପରେ ଅଚଳ ହୋଇ ପଡିବା ପରେ ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲେ। ଏହାକୁ ନେଇ ସାମାଜିକ କର୍ମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରିଥିଲେ। ପ୍ରକଳ୍ପର ଅଚଳ ଯନ୍ତ୍ରାଂଶ ମରାମତି ପରେ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା। ଏବେ ଝରଣା ପାଣି ବଦଳରେ ସୋଲାର ପ୍ରକଳ୍ପର ବିଶୁଦ୍ଧ ଜଳ ବ୍ୟବହାର କରୁଛୁ ବୋଲି ଗ୍ରାମର ଗଙ୍ଗାଧର ମୁଦୁଲି, ଅଭି ମୁଦୁଲି, ଇଶ୍ୱର ମୁଦୁଲି, ପ୍ରୀତମ ମୁଦୁଲି, ଗରି ମୁଦୁଲି, ବତୀ ମୁଦୁଲି, ମଙ୍ଗଳୀ ମୁଦୁଲି, ସମାରୀ ମୁଦୁଲି ପ୍ରମୁଖ ଗ୍ରାମବାସୀ କହିଛନ୍ତି।