ଦାରିଙ୍ଗବାଡ଼ି,୨୦ା୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଗାର୍ଡଓ୍ବାଲ ଭୁଶୁଡି ଯାଇଛି। ଏହାର ମରାମତି ଆରମ୍ଭ ହୋଇଥିବା ବେଳେ ପୁଣି ଆଉ ଗୋଟିଏ ସ୍ଥାନରେ ଭୁଶୁଡ଼ି ପଡ଼ିଛି। ଆହୁରି ଅନେକ ସ୍ଥାନରେ ବଡ଼ ବଡ଼ ଫାଟ ବି ସୃଷ୍ଟି ହୋଇଛି। ଏହାକୁ ଠିକାସଂସ୍ଥା ପକ୍ଷରୁ ମରାମତି କରାଯାଉଛି। ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ନିର୍ମାଣର ମାତ୍ର ୬ ମାସ ମଧ୍ୟରେ ଗାର୍ଡଓ୍ବାଲ ଭୁଶୁଡି ପଡ଼ିଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଉକ୍ତ ରାଜପଥର ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଗତ କିଛିଦିନ ହେଲା ସମ୍ପୂର୍ଣ୍ଣ ହୋଇଥିଲା। ଏହି ରାଜପଥର ଆମ୍ବଖାଲିଆ ଘାଟିରେ ଗାର୍ଡଓ୍ବାଲ କାର୍ଯ୍ୟ ଶେଷ ହେବାର ମାତ୍ର ୬ ମାସ ହୋଇନି ଚଳିତ ଲଘୁଚାପ ଜନିତ ବର୍ଷାରେ ଏକାଧିକ ସ୍ଥାନରେ ଭୁଶୁଡ଼ି ପଡ଼ିଛି। ଆହୁରି ଅନେକ ସ୍ଥାନ ଏବେ ଭୂସ୍ଖଳନ ଭୟ ସହ ଓ୍ବାଲ ଭୁଶୁଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।