ସଫଳତା ଦୋହରାଇବା ବିଜେଡିକୁ ଚାଲେଞ୍ଜ

ଯାଜପୁର,୭ା୪(ହର୍ଷବର୍ଦ୍ଧନ ବେହେରା)ଯାଜପୁର ପୌର ପରିଷଦ ସମେତ ଦଶରଥପୁର ବ୍ଲକର ୨୦ ଏବଂ ଯାଜପୁର ବ୍ଲକର ୧୮ ପଞ୍ଚାୟତକୁ ନେଇ ଗଠିତ ଯାଜପୁର ନିର୍ବାଚନମଣ୍ଡଳୀରେ ଦୁଇ ଦଶନ୍ଧି ହେଲା ବିଜେଡି ଲଗାତର ବିଜୟୀ ହୋଇଆସିଛି। ଏଥର ୨ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଦଳର ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇସାରିଛି। ବିଜେଡିରୁ ସୁଜାତା ସାହୁ ଓ ଭାଜପାରୁ ଗୌତମ ରାୟ ନିର୍ବାଚନ ଲଢୁଛନ୍ତି। କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିପାରିନାହିଁ। ହେଲେ ୨୦୧୯ ନିର୍ବାଚନରେ ଏଠାରେ ବିଜେଡିର ପ୍ରାୟ ୧୦% ଭୋଟ ହ୍ରାସ ପାଇଥିଲା। ଏଭଳିସ୍ଥଳେ ଏଥର ନୂଆମୁହଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଫଳରେ ସଫଳତା ଦୋହରାଇବା ବିଜେଡି ପାଇଁ ଚାଲେଞ୍ଜ ହେବ ବୋଲି କୁହାଯାଉଛି।
୧୯୫୭ରୁ ୨୦୦୪ ପର୍ଯ୍ୟନ୍ତ ଏହି ବିଧାନସଭା ଆସନ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା। ୨୦୦୯ରୁ ଏହା ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହୋଇଛି। ସେବେଠାରୁ ପ୍ରଣବ ପ୍ରକାଶ ଦାସ(ବବି)୩ ଥର ବିଜେଡି ଟିକେଟରୁ ନିର୍ବାଚିତ ହୋଇଛନ୍ତି। ୨୦୧୪ ନିର୍ବାଚନରେ ସେ କଂଗ୍ରେସର ସନ୍ତୋଷ କୁମାର ନନ୍ଦଙ୍କୁ ୮୪,୬୧୩ ଭୋଟ ବ୍ୟବଧାନରେ ପରାସ୍ତ କରି ରେକର୍ଡ ବିଜୟୀ ହେବା ପରେ ତାଙ୍କୁ ଶକ୍ତିମନ୍ତ୍ରୀ ଦାୟିତ୍ୱ ମିଳିଥିଲା। ୨୦୧୭ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମୟରେ ତାଙ୍କୁ ମନ୍ତ୍ରୀ ଦାୟିତ୍ୱରୁ ଅବ୍ୟାହତ ଦିଆଯିବା ପରେ ସେ ରାଜ୍ୟ ବିଜେଡିର ସାଂଗଠନିକ ଦାୟିତ୍ୱରେ ରହିଆସିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଯାଜପୁର ସହରର ନବକଳେବର ହୋଇଥିବାବେଳେ ମେଡିକାଲ କଲେଜ ଖୋଲିଛି। ବରାହ, ବିରଜା, କୁସୁମା ଇତ୍ୟାଦି ପର୍ଯ୍ୟଟନସ୍ଥଳୀର ବିକାଶ ହୋଇଛି। ଏଠାରେ ୨୦୦୦ରେ ସୂର୍ଯ୍ୟମଣି ଜେନା, ୨୦୦୪ରେ ପରମେଶ୍ୱର ସେଠୀ ଓ ୨୦୦୯ରୁ ଆଜି ପର୍ଯ୍ୟନ୍ତ ବବି ବିଧାୟକ ନିର୍ବାଚିତ ହୋଇଆସୁଛନ୍ତି। କିନ୍ତୁ ଏଥର ବବିଙ୍କ ବଦଳରେ ଜଣେ ସାଧାରଣ ମହିଳା ସୁଜାତା ସାହୁଙ୍କୁ ଟିକେଟ ମିଳିଛି। ସମୟକ୍ରମେ ବିଜେଡି ପ୍ରତି ଜନସମର୍ଥନ ହ୍ରାସ ଏବଂ ପ୍ରାର୍ଥୀ ପରିବର୍ତ୍ତିନ ବିଜେଡିକୁ ବୁମେରାଂ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଗତ ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନରେ ଏଠାରେ ବିଜେଡି ନିରଙ୍କୁଶ ସଫଳତା ପାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ଉପରେ ଜିଲାବାସୀ ଭରସା ନ କରି ଭାଜପାକୁ ବିକଳ୍ପ ଦଳ ଭାବେ ମାନ୍ୟତା ଦେବାକୁ ଆଗଭର ହୋଇଥିଲେ। ଏହାପରେ ଭାଜପା ଏଠାରେ ଦ୍ୱିତୀୟ ବିରୋଧୀ ଦଳ ଭାବେ ଉଭା ହୋଇଛି। ୨୦୧୯ରେ ଭାଜପା ପ୍ରାର୍ଥୀ ଗୌତମ ରାୟ ୫୯,୦୮୨ ଭୋଟ(୩୫.୬୮%) ପାଇଥିଲେ। ହେଲେ ଗତ ନିର୍ବାଚନ ଅପେକ୍ଷା ଏଥରର ସ୍ଥିତି ବଦଳିଛି। ପ୍ରାର୍ଥୀଙ୍କ ଲୋକପ୍ରିୟତା ଫଳାଫଳର ଚାବିକାଠି ହେବ ବୋଲି କୁହାଯାଉଛି। ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ କର୍ମୀଙ୍କୁ ଉତ୍ସାହିତ କରିଛି, ମାତ୍ର ଭୋଟରଙ୍କ ନିକଟତର କରିପାରି ନ ଥିବା କୁହାଯାଉଛି। ତଥାପି ଭାଜପା ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିକୁ ଟକ୍କର ଦେବାର କ୍ଷମତା ରଖିଛି ବୋଲି ଭାଜପା କର୍ମୀମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଏଠାରେ ମାତ୍ର ୨.୮୭ ପ୍ରତିଶତ ଭୋଟ ହାତେଇଥିଲା। ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସର ସମଦଶା ହେବ ବୋଲି ଆଲୋଚନା ହେଉଛି। ଭାଜପାର ଗତି ଅଭିବୃଦ୍ଧି ହୋଇଥିବାରୁ ଏଠାରେ ବିଜେଡି କର୍ମୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଅପରପକ୍ଷେ ବବି ସମ୍ବଲପୁର ଲୋକ ସଭା ଆସନରୁ ଲଢୁଥିବାରୁ ଯାଜପୁର ଉପରେ ସେତେଟା ଧ୍ୟାନଦେଇ ନ ପାରନ୍ତି। ତେଣୁ ଭାଜପା ଆଖିଦୃଶିଆ ରାଜନୈତିକ ପ୍ରଭାବ ପକାଇପାରିଲେ ବିଜେଡିକୁ ସହଜରେ ମାତ ଦେଇପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri