ଭୁବନେଶ୍ୱର,୧୫।୭: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଅଭିଯୋଗ ଆଣି ଚର୍ଚ୍ଚାରେ ଥିବା ଆସିଷ୍ଟାଂଟ ସେକ୍ସନ ଅଫିସର(ଏଏସଓ) ବୈକୁଣ୍ଠନାଥ ପ୍ରଧାନଙ୍କୁ ଆଜି ରାଜ୍ୟ ସରକାର ବଦଳି କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ତାଙ୍କୁ ତତ୍କାଳ ପ୍ରଭାରୁ ଗୃହ ବିଭାଗକୁ ବଦଳି କରାଯାଇଛି। ସଂସଦୀୟ ବ୍ୟାପାର ବିଭାଗରେ କାର୍ଯ୍ୟରତ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜଭବନକୁ ଡେପୁଟେଶନରେ ଯାଇଛନ୍ତି ।