୨୫ ଜଣ ଓଏଏସ୍‌ ଅଫିସରଙ୍କ ବଦଳି

ଭୁବନେଶ୍ୱର,୧୯।୨: ସୋମବାର ୨୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ହୋଇଛି। ଏହି ସମସ୍ତ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ବିଡିଓ ଓ ତହସିଲଦାର ଭାବେ ଦାୟିତ୍ୱ ଦିଆଯାଇଛି। ବିଜ୍ଞପ୍ତି ଅନୁସାରେ, ଓଏଏସ୍‌ ଅଫିସର ବେରସିୟସ ଡୁଙ୍ଗଡୁଙ୍ଗଙ୍କୁ ବରଗଡ ବିଡିଓ ଭାବେ ବଦଳି ହୋଇଛି। ସେହିପରି ସୁଧୀର କୁମାର ନନ୍ଦଙ୍କୁ ବରଗଡ ତହସିଲଦାର, ଶଙ୍କର କୁମାର ପାତ୍ରଙ୍କୁ ଲାଞ୍ଜିଗଡ ବିଡିଓ, ଅଶୋକ ପଟ୍ଟନାୟକଙ୍କୁ ପାତ୍ରପୁର ତହସିଲଦାର, ସଦାକର କୁମ୍ଭାରଙ୍କୁ ଗୋଲମୁଣ୍ଡା ତହସିଲଦାର, ଚିନ୍ମୟ ମହାନନ୍ଦାଙ୍କୁ ରାୟଗଡା ଡେପୁଟି କଲେକ୍ଟର, ସ୍ମୃତିରେଖା ଦାସଙ୍କୁ ଇଡକୋ ଅତିରିକ୍ତ ଲ୍ୟାଣ୍ଡ ଅଫିସର ଭାବେ ବଦଳି ହୋଇଛି।

ସେହିପରି ଧନଞ୍ଜୟ ମହାନ୍ତିଙ୍କୁ ଦାନଗଦି ତହସିଲଦାର, ସଞ୍ଜୟ କୁମାର ପଣ୍ଡାଙ୍କୁ ପରଜଙ୍ଗ ବିଡିଓ, ମନ୍ମଥ କୁମାର ନାୟକଙ୍କୁ ଭଞ୍ଜନଗର ବିଡିଓ, ଜିତେନ୍ଦ୍ର ମୁର୍ମୁଙ୍କୁ ଜଳେଶ୍ୱର ତହସିଲଦାର, ଜୟକୃଷ୍ଣ ପାତ୍ରଙ୍କୁ ଅନୁଗୁଳ ଉପଜିଲାପାଳ, ଅଙ୍କିତା ବାରିକଙ୍କୁ ଯାଜପୁର ଡେପୁଟି କଲେକ୍ଟର, ସାରା ହେମ୍ବ୍ରମଙ୍କୁ ବନ୍ତ ତହସିଲଦାର, ବନବିହାରୀ ହରପାଲଙ୍କୁ ତୁମୁ ବିଡିଓ, ଜ୍ଞାନରଞ୍ଜନ ମାଝୀଙ୍କୁ ବେଲପାହା ତହସିଲଦାର, ପ୍ରମୋଦ କୁମାର ନାୟକଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦିଆଯାଇଛି। ସେହିପରି ସନ୍ଧ୍ୟସମର୍ଥଙ୍କୁ ବୋରିଗୁମ୍ମା ବିଡିଓ, ଦୀପ୍ତିମୟୀ ପାତ୍ରଙ୍କୁ ପଦ୍ମପୁର ତହସିଲଦାର, ପ୍ରଦୀପ କୁମାର କରଙ୍କୁ କାଲିମେଳା ବିଡିଓ, ବିକ୍ରମ କୁମାର ଦୋରାଙ୍କୁ ବଲାଙ୍ଗିର ତହସିଲଦାର, ଯସ୍ମିନ କୁମାର ପ୍ରଧାନଙ୍କୁ ଗୁମ୍ମା ବିଡିଓ, ଶରତ କୁମାର ପାତ୍ରଙ୍କୁ କାଶୀନଗର ବିଡିଓ, ବସନ୍ତ କୁମାର ହାତୀଙ୍କୁ ଲଖନପୁର ତହସିଲଦାର ଓ ସମ୍ବିତ ସଂଗ୍ରାମଜିତ୍‌ ସାହୁଙ୍କୁ ପର୍ଯ୍ୟଟନ ବିଭାଗର ଓଏସଡି ଭାବେ ବଦଳି ହୋଇଛି। ଏହି ବଦଳି ସଂକ୍ରାନ୍ତ ନିର୍ଦ୍ଦେଶନାମା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବଗତି ନିମନ୍ତେ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri