ବିଏମ୍‌ସି ଅତିରିକ୍ତ କମିଶନର -୨ଙ୍କ ବଦଳି

ଭୁବନେଶ୍ୱର,୧୪।୩(ବ୍ୟୁରୋ)- ବିଏମସି ଅତିରିକ୍ତ କମିଶନର -୨ ବିନୟକୁମାର ଦାସଙ୍କୁ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ଏହି ଅବସରରେ ସୋମବାର ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଅନ୍ୟପକ୍ଷରେ ବିଏମ୍‌ସି ଡେପୁଟି କମିଶନର(ପରିମଳ)ଙ୍କୁ ଏଡିସି-୨ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ସୂଚନା ଥାଉ କି, ବିନୟ ଦାସଙ୍କ ବଦଳି ନେଇ ଜାନୁୟାରୀ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବରୁ ସେ ୨ଥର ବିଏମସିକୁ ବଦଳି ହୋଇ ଫେରିଥିଲେ। ଏହା ତାଙ୍କର ତୃତୀୟ ବଦଳି ବୋଲି ଜଣାପଡ଼ିଛି। ବିଏମସି ମୁଖ୍ୟାଳୟରେ ପ୍ରଥମେ ସେ ଉପଆୟୁକ୍ତ ଭାବେ ଯୋଗ ଦେଇଥିଲେ। ପୁଣି ୨୦୧୮-୧୯ରେ ସେ ବିଏମସି ଦକ୍ଷିଣ ପୂର୍ବ ଜୋନର ଜୋନାଲ ଡେପୁଟି କମିଶନର ଭାବେ ଯୋଗ ଦେଇଥିଲେ, ପରେ ତାଙ୍କ ବଦଳି ହୋଇଥିଲା । ବିଏମସି ଅତିରିକ୍ତ କମିଶନର-୨ ଅବନୀ ପଟ୍ଟନାୟକଙ୍କ ବଦଳି ପରେ ସେ ଗତ ୨୦୨୨ରେ ପଦୋନ୍ନତି ପାଇ ବିଏମ୍‌ସି ଅତିରିକ୍ତ କମିଶନର-୨ ଭାବେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାରଠାରୁ ଘରୁ ପଳାଇ ଆସିଥିଲେ, ଆଜି ରେଳଧାରଣାରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ

କେନ୍ଦ୍ରାପଡା, ୨୪।୧୧ (ଜଗନ୍ନାଥ ଧଳ)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଆଳସିଂ ଠାରେ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି l ରେଳଧାରଣାରେ ଯୁବକଙ୍କ...

ହଠାତ୍‌ ଘର ପାର୍କିଂରେ ଜଳିବାକୁ ଲାଗିଲା ୪ଟା ଗାଡ଼ି

ଭୁବନେଶ୍ୱର,୨୪।୧୧: ଘର ପାର୍କିଂରେ ଜଳିଗଲା ୩ଟି ବାଇକ, ଗୋଟିଏ ସ୍କୁଟି। ଏଭଳି ଘଟଣା ଘଟିଛି ଭୁବନେଶ୍ବର ଗୋଠପାଟଣା ଅଞ୍ଚଳରେ । ସନ୍ତୋଷ ମହାନ୍ତି ନାମକ ବ୍ୟକ୍ତିଙ୍କ...

‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’ ଆରମ୍ଭ

ଭୁବନେଶ୍ୱର,୨୪।୧୧: ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪ର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’ର ଅନୁଷ୍ଠିତ ହୋଇଛି...

ହଠାତ୍‌ ଜୁଆଆଡ୍ଡା ଭିତରକୁ ପଶିଲା ପୋଲିସ, ଜଣଙ୍କ ପରେ ଜଣେ ୬୦ ଜଣଙ୍କୁ ମାଡ଼ିବସିଲା

ନୂଆପଡା,୨୪।୧୧(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର୍‌ ରୋଡ ଜୋଙ୍କ ଥାନା ଅଞ୍ଚଳରେ ଏକ ଜୁଆଆଡ୍ଡା ଉପରେ ଶନିବାର ବିଳମ୍ବିତ ରାତିରେ ଚଢ଼ାଉ ହୋଇଛି। ଏଥିରେ ୬୦ରୁ...

ଆଜି ‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’: ଆରମ୍ଭ ହେଲା ରେଜିଷ୍ଟ୍ରେସନ

ଭୁବନେଶ୍ୱର,୨୪।୧୧: ଧରିତ୍ରୀ ୟୁଥ୍‌ କନକ୍ଲେଭ ୨୦୨୪ର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭୁବନେଶ୍ୱରର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ‘ଧରିତ୍ରୀ କ୍ଲାଇମେଟ ଗ୍ରାଣ୍ଟ’ର ଅନୁଷ୍ଠିତ ହୋଇଛି...

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, ହେବ ବଡ଼ ଘୋଷଣା

ସୁନ୍ଦରଗଡ଼,୨୪ା୧୧(ଜୟ ନାରାୟଣ ମେଣ୍ଡୁଳି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡା...

ମହତାବଙ୍କ ଜୀବନୀ ଉପରେ ବାୟୋପିକ୍‌ କରାଯିବ

ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ଓଡ଼ିଶାର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଇତିହାସରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୀବନୀ ଓ କୃତିତ୍ୱ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ। ସେ...

‘ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ’: ଆଜି ‘ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ୍‌’

ଭୁବନେଶ୍ୱର, ୨୪।୧୧ (ବନ୍ଦନା ସେଠୀ): ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ଦେଶ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶର ସୁରକ୍ଷା ପାଇଁ ଅନେକ କ୍ଷେତ୍ରରେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri