ଦାରିଙ୍ଗବାଡି-ବାଲିଗୁଡ଼ା ଆଇଆଇସିଙ୍କ ବଦଳି

ଦାରିଙ୍ଗବାଡି,୧୩।୭(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଆଇଆଇସି କୌଶିକ ମାଝି ଏବଂ ବାଲିଗୁଡା ଆଇଆଇସି ବାବା ଶଙ୍କର ସରଫଙ୍କ ବଦଳି ହୋଇଯାଇଛି। କନ୍ଧମାଳ, ଗଜପତି, ଗଞ୍ଜାମ, ବ୍ରହ୍ମପୁର ଓ ବୌଦ୍ଧ ଜିଲ୍ଲାରୁ ମୋଟ ୧୭ଜଣଙ୍କ ବଦଳି ହୋଇଥିବା ବେଳେ ସେଥିମଧ୍ୟରେ କୌଶିକଙ୍କୁ ଗଞ୍ଜାମ ଏସ୍‌ପିଙ୍କ ଅଞ୍ଚଳକୁ ବଦଳି ହୋଇଥିବା ବେଳେ ବାବା ଶଙ୍କରଙ୍କୁ ବ୍ରହ୍ମପୁର ଏସ୍‌ପିଙ୍କ ନିକଟକୁ ବଦଳି କରାଯାଇଛି। ସେହିପରି ତତ୍କାଳ ବ୍ରାହ୍ମଣୀଗାଁ ଅଧିକାରୀ ତଥା ଏବେକାର ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କୁ ବୌଦ୍ଧ ଜିଲାକୁ ବଦଳି ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, କୌଶିକ ୨୦୧୯ ମସିହା ଅଗଷ୍ଟରେ ଦାରିଙ୍ଗବାଡି ଥାନାରେ ଦାୟିତ୍ୱ ଗ୍ରହଣ କରିଥିଲେ। ଦୀର୍ଘ ୪ ବର୍ଷ ଧରି ସେ ନିଜ ଦାୟିତ୍ୱ ଓ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଠିକ ଭାବରେ ତୁଲାଇ ରାଜ୍ୟ ପୋଲିସ ମୁଖ୍ୟ ଡିଜିପିଙ୍କଠାରୁ ପୁରସ୍କୃତ ହୋଇଥିଲେ। ତାଙ୍କ ବଦଳରେ ଜଣେ ନୂତନ ଆଇଆଇଆସି ନିଯୁକ୍ତି ପାଇବା ପରେ କୌଶିକ ମାଝୀ ଏଠାରୁ ରିଲିଫ ହେବେ ବୋଲି ଜଣାପଡିଛି ।