Categories: ଜାତୀୟ

୬୯୭ ବୁଥରେ ସାନି ମତଦାନ,କେନ୍ଦ୍ରୀୟ ବାହିନୀ ମୁତୟନ…

କୋଲକାତା,୧୦।୭ : ସୋମବାର (ଜୁଲାଇ ୧୦) ପଶ୍ଚିମବଙ୍ଗର ୨୨ ଟି ଜିଲା ମଧ୍ୟରୁ ୧୯ ଟିର ମୋଟ ୬୯୭ ଟି ବୁଥରେ ପଞ୍ଚାୟତ ନିର୍ବାଚନ ପାଇଁ ସାନି ମତଦାନ ଆରମ୍ଭ ହୋଇଛି। ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି। ବହୁ ବୁଥରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି।

ନଦିଆରେ ନିର୍ବାଚନୀ ହିଂସାରେ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଦିନହାଟାରେ ବୋମା ବିସ୍ଫୋରଣ ଖବର ସାମ୍ନାକୁ ଆସିଛି।

Share