Categories: ଜାତୀୟ

ଆମାଜନରୁ ୧୦୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଚାଲିଛି ପ୍ର୍‌ସ୍ତୁତି

ନୂଆଦିଲ୍ଲୀ,୧୫ ।୧୧: ବିଶ୍ୱର ପ୍ରାୟ ସମସ୍ତ ବଡ ବଡ କମ୍ପାନୀରୁ ଛଟେଇ କରିବା ପ୍ରକ୍ରିୟା ଜାରି ରହିଛି । ଆମେରିକାର ଟେକ୍ନୋଲୋଜି ଓ ଇ-କମର୍ସର ବଡ କମ୍ପାନୀ ଆମାଜନ ତା’ର କର୍ମଚାରୀଙ୍କୁ ଛଟେଇ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛି । ଆର୍ଥିକ ଅବନତି ମଧ୍ୟରେ ଏହାର ଅଣ-ଲାଭ ପଦକ୍ଷେପକୁ ନଜରରେ ରଖି କମ୍ପାନୀ ପକ୍ଷରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରିପୋର୍ଟ ଅନୁଯାୟୀ, ଗତ କିଛି ମାସ ହେବ କମ୍ପାନୀର କୌଣସି ଲାଭ ହେଉ ନଥିବାରୁ ଆମାଜନ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବା ଓ ଖର୍ଚ୍ଚ କାଟିବା ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛି । ନ୍ୟୁୟର୍କସ ଟାଇମ୍ସର ରିପୋର୍ଟ ଅନୁଯାୟୀ, କମ୍ପାନୀ ଚଳିତ ସପ୍ତାହ ସୁଦ୍ଧା ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିପାରେ ।

ଯଦି କମ୍ପାନୀ ୧୦,୦୦୦ ପାଖାପାଖି କର୍ମଚାରୀଙ୍କୁ ଛଟେଇ କରେ ତେବେ ଆମାଜନ ଇତିହାସରେ ଏହା ସବୁଠାରୁ ବଡ ଛଟେଇ ହେବ । ହେଲେ କମ୍ପାନୀର କର୍ମଚାରୀଙ୍କ ତୁଳନାରେ ଏହା ୧ ପ୍ରତିଶତରୁ କମ୍ ବୋଲି କୁହାଯାଉଛି । କାରଣ ସାରା ବିଶ୍ୱରେ ଆମାଜନରେ ପ୍ରାୟ ୧୬ ଲକ୍ଷ କର୍ମଚାରୀ କାମ କରୁଛନ୍ତି ।

Share