Categories: ଜାତୀୟ

ସଂଖ୍ୟାଲଘୁଙ୍କ ପାଇଁ ସବୁଠାରୁ ଭଲ ଦେଶ ଭାରତ, ମୁସଲିମ କଣ୍ଟ୍ରି ୟୁଏଇ ବି ପଛରେ

ନୂଆଦିଲ୍ଲୀ,୭ ।୨: ଭାରତରେ ସଂଖ୍ୟାଲଘୁଙ୍କ ଅଧିକାର ପାଇଁ ଅନେକ ସାମ୍ବିଧାନି ପ୍ରୟାସ କରାଯାଉଛି । ସଂଖ୍ୟାଲଘୁଙ୍କ ଜୀବନରେ ସୁଧାର ଆଣିବାକୁ ଭାରତ ପକ୍ଷରୁ ପ୍ରଣିତ ନୀତିଯୋଗୁ ଏମାନଙ୍କ ସ୍ଥିତିରେ ସୁଧାର ଆସୁଛି । ଅଷ୍ଟେଲିଆ ଟୁଡେର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ବିଶ୍ୱ ସ୍ତରରେ ସଂଖ୍ୟାଲଘୁଙ୍କ ଅଧିକାର ଉପରେ ଗବେଷଣା କରୁଥିବା ସଂସ୍ଥା ସେଣ୍ଟର ଫର ପଲିସି ଆନାଲିସିସ ଭାରତକୁ ସଂଖ୍ୟାଲଘୁଙ୍କ ପାଇଁ ଏକ ଭଲ ଦେଶ ବୋଲି କହିଛି ।

୧୧୦ ଦେଶକୁ ନେଇ କରାଯାଇଥିବା ଏହି ଅଧ୍ୟୟନରେ ଭାରତ ଏକ ନମ୍ବରରେ ନିଜର ସ୍ଥାନ ବଜାୟ ରଖିଛି । ଏହି ରିପୋର୍ଟ ଅନୁଯାୟୀ, ଭାରତରେ ଧାର୍ମିକ ସଂଖ୍ୟାଲଘୁଙ୍କର ସର୍ବୋଚ୍ଚ ମାନ୍ୟତା ରହିଛି । ଏହି ତାଲିକାରେ କୋରିଆ, ଜାପାନ, ପାନାମା ମଧ୍ୟ ଅନ୍ତର୍ଭୁକ୍ତ । ଭାରତ ଏହି ତାଲିକାର ଶୀର୍ଷରେ ଥିବା ବେଳେ ଆମେରିକା, ବ୍ରିଟେନ ଓ ମୁସଲମାନ ଦେଶ ୟୁଏଇକୁ ବି ପଛରେ ପକାଇ ଦେଇଛି ।
ସେଣ୍ଟର ଫର ପଲିସି ଆନାଲିସିସ(ସିପିଏ) ହେଉଛି ଏକ ଗବେଷଣା ପ୍ରତିଷ୍ଠାନ ଯାହା ପାଟନାରେ ଅବସ୍ଥିତ । ଏହାର ରିପୋର୍ଟରେ ଆମେରିକା, ମାଲଦ୍ୱୀପ, ଆଫଗାନିସ୍ତାନ ଏବଂ ସୋମାଲିଆରେ ସଂଖ୍ୟାଲଘୁଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ବୋଲି ଦର୍ଶାଯାଇଛି । ଏହି ତାଲିକାରେ ବ୍ରିଟେନ ୫୪ତମ ସ୍ଥାନରେ ରହିଛି । ଏଥିସହ ଗଲ୍ଫ ଦେଶ ୟୁଏଇ ୬୧ ନମ୍ବରରେ ରହିଛି । ଏସବୁ ଦେଶକୁ ପରାସ୍ତ କରି ଏହି ତାଲିକାରେ ଭାରତ ନମ୍ବର ୱାନରେ ରହିଛି ।

Share