Posted inଜାତୀୟ

୧୫ ଦିନରେ ନୂଆ ନିୟମ ଅନୁପାଳନ ବିବରଣୀ ଦିଅ

ନୂଆଦିଲ୍ଲୀ, ୨୮।୫:କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଫେବୃୟାରୀରେ ଜାରି ହୋଇଥିବା ନୂଆ ଡିଜିଟାଲ ମିଡିଆ ନିୟମାବଳୀ କେତେଦୂର କାର୍ଯ୍ୟକାରୀ ହୋଇଛି ୧୫ ଦିନ ମଧ୍ୟରେ ତା’ର ସବିଶେଷ ବିବରଣୀ ଦାଖଲ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମସ୍ତ ଓଭର ଦି ଟପ୍‌ (ଓଟିଟି), ଡିଜିଟାଲ ନ୍ୟୁଜ୍‌ ପ୍ଲାଟଫର୍ମ ସମେତ ଡିଜିଟାଲ ମିଡିଆ ପବ୍ଲିଶରମାନଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛି। ବୁଧବାର ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୨୪ ଘଣ୍ଟା ମଧ୍ୟରେ ଅନୁରୂପ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଥିଲା।
ଡିଜିଟାଲ ନ୍ୟୁଜ୍‌ ସଂସ୍ଥା, ସୋସିଆଲ ମିଡିଆ ପ୍ଲାଟଫର୍ମ, ନେଟ୍‌ଫ୍ଲିକ୍ସ ଭଳି ଓଟିଟି ଷ୍ଟ୍ରିମିଂ ସେବାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଗତ ଫେବୃୟାରୀରେ ପ୍ରଥମ ଥର ପାଇଁ ସୂଚନା ପ୍ରଯୁକ୍ତି (ମଧ୍ୟବର୍ତ୍ତୀ ସଂସ୍ଥାଗୁଡ଼ିକ ପାଇଁ ଗାଇଡ୍‌ଲାଇନ ଓ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌) ନିୟମାବଳୀ, ୨୦୨୧ ପ୍ରଣୟନ କରିଥିଲେ। ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରି ସରକାର କହିଥିଲେ, ଏପରି ଏକ ବ୍ୟବସ୍ଥା ପ୍ରସ୍ତୁତ କରାଯିବ, ଯେଉଁଥିରେ ନ୍ୟୁଜ୍‌ ଓ୍ବେବସାଇଟ୍‌ ଏବଂ ଓଟିଟି ପ୍ଲାଟଫର୍ମଗୁଡ଼ିକ ପାଇଁ କୋଡ୍‌ ଅଫ୍‌ ଏଥିକ୍ସ ଏବଂ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ସଂରଚନା ରହିବ। ତଦନୁଯାୟୀ ସମସ୍ତ ଡିଜିଟାଲ ମିଡିଆ ସାଇଟ୍‌ର ଏକ ଅଭିଯୋଗ ସମାଧାନ ବ୍ୟବସ୍ଥା ରହିବ ଯେଉଁଥିରେ ଅନୁପାଳନ ଅଧିକାରୀମାନେ ଅଭିଯୋଗଗୁଡ଼ିକର ସମାଧାନ କରିବା ସହ ଅନୁଧ୍ୟାନ କରିବେ, ଆପତ୍ତିଜନକ ବିଷୟବସ୍ତୁ ହଟାଇବା ସହ ଅନୁପାଳନ ରିପୋର୍ଟ ଜାରି କରିବେ। ପୂର୍ବରୁ ଆଇନ ଡିଜିଟାଲ ନ୍ୟୁଜ୍‌ ମିଡିଆକୁ ପ୍ରେସ୍‌ କାଉନସିଲ୍‌ ନିୟମାବଳୀ ଅଧୀନକୁ ଆଣିଥିଲା। ନୂଆ ଓ୍ବେବ୍‌ସାଇଟଗୁଡ଼ିକ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସାଇଟ୍‌ରେ ପଞ୍ଜୀକରଣ ହେବା ଆବଶ୍ୟକ। ମିଥ୍ୟା ଖବରକୁ ରୋକିବା ପାଇଁ ସୋସିଆଲ ମିଡିଆ ଏବଂ ଷ୍ଟ୍ରିମିଂ କମ୍ପାନୀଗୁଡ଼ିକ ନିମନ୍ତେ ନିୟମାବଳୀକୁ କଡ଼ାକଡ଼ି କରାଯାଉଥିବା ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।
ନୂଆ ଗାଇଡ୍‌ଲାଇନ ଅନୁଯାୟୀ ଅଭିଯୋଗ ଆସିବାର ୨୪ ଘଣ୍ଟା ମଧ୍ୟରେ ନଗ୍ନତା ସହ ସମ୍ପୃକ୍ତ ବିଷୟବସ୍ତୁ ଏବଂ ମହିଳାଙ୍କ ରୂପାନ୍ତରିତ ଚିତ୍ରକୁ ହଟାଇ ଦିଆଯିବ। ପ୍ଲାଟଫର୍ମଗୁଡ଼ିକ ନିଯୁକ୍ତ କରିଥିବା ଗ୍ରିଭାନ୍ସ ଅଫିସର ୨୪ ଘଣ୍ଟା ମଧ୍ୟରେ ଅଭିଯୋଗ ପଞ୍ଜୀକରଣ କରି ୧୫ ଦିନ ମଧ୍ୟରେ ଏହାର ସମାଧାନ କରିବେ ବୋଲି ଆଇଟି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ କାହାର ହେବ: ରାହୁଲଙ୍କୁ କଟାକ୍ଷ କଲେ ଅଖିଳେଶ, କହିଲେ ତୁମର ଦମ୍‌ ନାହିଁ…

ନୂଆଦିଲ୍ଲୀ,୮।୧: ଦିଲ୍ଲୀରେ ବାଜି ସାରିଛି ନିର୍ବାଚନୀ ବିଗୁଲ। ବିଗୁଲ ବାଜିବାର କିଛିକ୍ଷଣ ମଧ୍ୟରେ ଦିଲ୍ଲୀର ସବୁଦଳ ଅଣ୍ଟା କଷି ସାରିଛନ୍ତି। ତେବେ କଂଗ୍ରେସ ସମେତ ଏଏପି...

ISROର ନୂଆ ଅଧ୍ୟକ୍ଷ ଭି ନାରାୟଣନ୍‌ କିଏ? ଜାନୁଆରୀ ୧୪ରେ ନେବେ ଏସ୍‌ ସୋମନାଥଙ୍କ ସ୍ଥାନ 

ନୂଆଦିଲ୍ଲୀ,୮।୧: ଇସ୍ରୋର ନୂତନ ମୁଖ୍ୟ ହେବେ ବୈଜ୍ଞାନିକ ଭି ନାରାୟଣନ୍‌। ସେ ଅଧ୍ୟକ୍ଷ ଭାବେ ଏସ୍‌. ସୋମନାଥଙ୍କ ସ୍ଥାନ ନେବେ। ଏହାଛଡ଼ା ସେ ମହାକାଶ ବିଭାଗର...

ଚାଇନାକୁ ଚାଲାଣ ହେଉଛି ଭାରତୀୟଙ୍କ କେଶ, DRI ର ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧: ଚାଇନାକୁ ଚୋରା ଚାଲାଣ ହେଉଛି ଭାରତୀୟଙ୍କ କେଶ। ଏନେଇ ଖୁଲାସା କରିଛି ଭାରତ ସରକାରଙ୍କ ଡାଇରକ୍ଟେ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI)। ତିରୁପତି ବାଲାଜୀ ସମେତ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମକର ସଂକ୍ରାନ୍ତି ପାଇଁ ସ୍କୁଲ-କଲେଜ ଛୁଟି

ହାଇଦ୍ରାବାଦ,୮।୧: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ମକର ସଂକ୍ରାନ୍ତି ପାଇଁ ସ୍କୁଲ କଲେଜ ଛୁଟି। କଲେଜ ଓ ସ୍କୁଲ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଛୁଟି...

ଆତଙ୍କ ଖେଳାଇଲା HMPV, ଜାଣନ୍ତୁ କେଉଁ କେଉଁ ରାଜ୍ୟରେ ବ୍ୟାପିଲା

ନୂଆଦିଲ୍ଲୀ,୮।୧: ଚାଇନା ପରେ ହ୍ୟୁମାନ ମେଟାନ୍ୟୁମୋଭାଇରସ (HMPV) ବର୍ତ୍ତମାନ ଭାରତରେ ପଶିଛି। ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। କର୍ନାଟକ, ତାମିଲନାଡୁ ପରେ...

ଗଡକରୀଙ୍କ ବଡ଼ ଘୋଷଣା, ସଡକ ଦୁର୍ଘଟଣାରେ ଆହତଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୮।୧: ଦେଶର ସମସ୍ତ ନାଗରିକ ବହୁତ ଶୀଘ୍ର ମାଗଣା ସ୍ବାସ୍ଥ୍ୟ ବୀମା ଭେଟି ପାଇବାକୁ ଯାଉଛନ୍ତି। କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ...

ବାଂଲାଦେଶର ସବୁ ଚାଲ୍‌ ଫେଲ୍‌, ହାସିନାଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଲା ଭାରତ

ଢାକା,୮।୧: ଭାରତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭିସା ବୃଦ୍ଧି କରିଛି। ସେ ଅଗଷ୍ଟ ୨୦୨୩ରୁ ଭାରତରେ ରହୁଛନ୍ତି। ଏହି ନିଷ୍ପତ୍ତି ଏପରି ସମୟରେ...

ଭି ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ: ସୋମନାଥଙ୍କ ସ୍ଥାନ ନେବେ

ନୂଆଦିଳ୍ଲୀ,୮।୧: କେନ୍ଦ୍ର ସରକାର ଭି ନାରାୟଣନଙ୍କୁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନୂତନ ଚେୟାରମ୍ୟାନ ତଥା ମହାକାଶ ବିଭାଗର ସଚିବ ଭାବରେ ନିଯୁକ୍ତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri