ଦିଲ୍ଲୀରେ କରୋନା ନୁହେଁ ଅନ୍ୟ କାରଣରୁ ହୋଇଛି ୭୦ ପ୍ରତିଶତ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ,୨୪ ।୪: ରାଜଧାନୀ ଦିଲ୍ଲୀରେ ଅଧିକାଂଶ ମୃତ୍ୟୁ ପଛରେ କରୋନା ଏକ ସଂଯୋଗ ଥିଲା । ଡେଥ ଅଡିଟ କମିଟିର ଏକ ରିପୋର୍ଟ ଅନୁଯାୟୀ, ରାଜଧାନୀର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଲୋକଙ୍କର ଯେତେବେଳେ ଚିକିତ୍ସା ସମ୍ପର୍କିତ କାଗଜପତ୍ରର ସମୀକ୍ଷା କରାଗଲା ସେତେବେଳେ ଜଣାପଡିଲା କି ଖୁବ୍ କମ୍ ଲୋକଙ୍କ ମୃତ୍ୟୁ କରୋନା ସଂକ୍ରମଣର ପ୍ରାଥମିକ କାରଣ ଥିଲା ।
ଅଧିକାଂଶ ମୃତକଙ୍କ ପଛରେ କରୋନା ସଂକ୍ରମଣ ଏକ ସଂଯୋଗ ଥିଲା । ଭିନ୍ନ ଭିନ୍ନ ଘଟଣାରେ ବି ଆହତଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରୁ କେତେଜଣ କରୋନା ସଂକ୍ରମିତ ଥିଲେ । ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀରୁ ଏପର୍ଯ୍ୟନ୍ତ ପ୍ରାୟ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶଙ୍କ ମୃତ୍ୟୁ ପଛରେ କରୋନା ସଂକ୍ରମଣ କାରଣ ରହିଛି । ହେଲେ ୭୦ ପ୍ରତିଶତ ମୃତ୍ୟୁ ଅନ୍ୟ କାରଣ ଯୋଗୁ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି । ରିପୋର୍ଟର ସୂଚନା ଅନୁଯାୟୀ, ଜାନୁୟାରୀରୁ ୧୮ ଏପ୍ରିଲ ମଧ୍ୟରେ ଦିଲ୍ଲୀରେ ୯୦୫ଜଣଙ୍କ ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ୨୨୭ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ କାରଣରୁ ହୋଇଛି । ବାକି ୬୮୧ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ ମୁଖ୍ୟ କାରଣ ନୁହେଁ ବୋଲି କୁହାଯାଇଛି ।

Share