ଗଲୱାନ ସଂଘର୍ଷ ସମୟରେ ବରଫ ନଦୀରେ ଭାସି ଯାଇଥିଲେ ୩୮ ଚାଇନା ସେନା!

ବେଜିଂ,୩ ।୨: ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ୨୦୨୦ରେ ଭାରତ ଓ ଚାଇନା ମଧ୍ୟରେ ସୀମାରେ ହୋଇଥିବା ସଂଘର୍ଷରେ ଚାଇନାକୁ ବହୁତ ବଡ କ୍ଷତି ସହିବାକୁ ପଡିଥିଲା । ଏବେ ଦୀର୍ଘ ପ୍ରାୟ ଦେଢ ବର୍ଷ ପରେ ଏକ ରିପୋର୍ଟରେ ଦାବି କରାଯାଇଛି କି ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚାଇନାର ବହୁ କ୍ଷତି ହୋଇଥିଲା ।
ଅଷ୍ଟ୍ରେଲିୟାର ଖବରକାଗଜ ଦ କ୍ଲୋକସନରେ ଏହା ପ୍ରକାଶ ପାଇଛି । ଏନ୍ଥନି କ୍ଲାନଙ୍କ ବିଶେଷ ରିପୋର୍ଟରେ କୁହାଯାଇଛି କି ଘାଟିରେ ଗଲୱାନ ନଦୀ ପାର ହେବା ସମୟରେ ଚାଇନା ସେନା ପାଣିରେ ଭାସିଯାଇ ବୁଡି ଯାଇଥିଲେ । ଏହାର ସଂଖ୍ୟା ଚାଇନା ଯେତିକି ଦର୍ଶାଇଥିଲା ତାହାଠାରୁ ମୃତ ସେନାଙ୍କ ସଂଖ୍ୟା ବହୁ ଅଧିକ ଥିଲା ।
ଋିପୋର୍ଟରେ କୁହାଯାଇଛି କି ତଥ୍ୟକୁ ପ୍ରଭାବିତ କରିବାକୁ ଗଲୱାନରେ ହୋଇଥିବା ୨ଟି ଭିନ୍ନ ଭିନ୍ନ ସଂଘର୍ଷର ତଥ୍ୟ ଓ ଫଟୋକୁ ଏକାଠି ଯୋଡି ଦିଆଯାଇଥିଲା । ତେବେ ଚାଇନା ଗଲୱାନ ସଂଘର୍ଷରେ ମୃତ୍ୟୁ ହୋଇଥିବା ସେନାଙ୍କ ସଠିକ ତଥ୍ୟ ଦେଇ ନ ଥିବା ବେଳେ ଏମାନଙ୍କୁ କିନ୍ତୁ ମରଣୋତ୍ତର ପଦକ ଦେବାକୁ ଘୋଷଣା କରିଥିଲା ବୋଲି ରିପୋର୍ଟରେ କୁହାଯାଇଛି । ଏହି ଯାଞ୍ଚ ପାଇଁ କ୍ଲୋକ୍ସନ ସ୍ୱତନ୍ତ୍ର ଭାବେ ଏକ ସୋସିଆଲ ମିଡିଆ ଗବେଷଣା ଟିମ୍ ଗଠନ କରିଥିଲା ।

Share