ଭୁବନେଶ୍ୱର,୧ା୭(ବ୍ୟୁରୋ): ବରିଷ୍ଠ ଫଟୋ ଖବରଦାତା ଅଶୋକ କୁମାର ପଣ୍ଡାଙ୍କର ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ସେ ଦୈନିକ ଖବର କାଗଜ ‘ସମୟ’ ସହିତ ଦୀର୍ଘ ବର୍ଷ ହେଲା ଜଡ଼ିତ ଥିଲେ। ତେବେ ଆଜି ଅଶୋକ ରଥଯାତ୍ରା ଅବସରରେ ଫଟୋ ସଂଗ୍ରହ ପାଇଁ ବାଇକ୍ ଯୋଗେ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ କୌଣସି ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।