ମସ୍କୋ,୩୦ା୩: ଗୁପ୍ତଚର ସନ୍ଦେହରେ ଆମେରିକାର ଖବରକାଗଜ ଓ୍ବାଲ ଷ୍ଟ୍ରିଟ୍ ଜର୍ନାଲର ଜଣେ ଖବରଦାତାଙ୍କୁ ଗୁରୁବାର ଅଟକ ରଖାଯାଇଥିବା ରୁଷିଆର ସୁରକ୍ଷା ଏଜେନ୍ସି ଏଫ୍ଏସ୍ବି କହିଛି। ରୁଷିଆ-ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏହା ବିଦେଶୀ ଖବରଦାତାଙ୍କ ବିରୋଧରେ ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି।
ଗୁପ୍ତଚର ଅଭିଯୋଗରେ ଆମେରିକାର ନାଗରିକ ଇଭାନ ଗେର୍ଶକୋଭିଚଙ୍କ ବିରୋଧରେ ଅପରାଧିକ ମାମଲା ହୋଇଥିବା ଏଫ୍ଏସ୍ବି ଏକ ବିବୃତ୍ତିରେ କହିଛି। ଇଭାନ ଏକ ସାମରିକ କାରଖାନା ବିଷୟରେ ତଥ୍ୟ ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ଏଫ୍ଏସ୍ବି କାରଖାନାର ନାଁ କହିନାହିଁ। କିନ୍ତୁ ବର୍ଗୀକୃତ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଥିବାରୁ ଖବରଦାତାଙ୍କୁ ଉରାଲ ସହରରେ ଅଟକ ରଖିଥିବା କହିଛି।