Categories: ଜାତୀୟ

ଆଖିବୁଜିଲେ ଖବରଦାତା ବିକ୍ରମ

ଲକ୍ଷ୍ନୌ,୨୩।୭: ଉତ୍ତରପ୍ରଦେଶର ଗାଜିଆବାଦ ବିଜୟ ନଗରଠାରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଗୁରୁତର ହୋଇଥିବା ଖବରଦାତା ବିକ୍ରମ ଜୋଷୀ ବୁଧବାର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଏକ ହିନ୍ଦୀ ଖବରକାଗଜରେ ସେ କାମ କରୁଥିଲେ। ଏଭଳି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିନ୍ଦା କରିବା ସହ ଜୋଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଓ ତାଙ୍କ ସ୍ତ୍ରୀଙ୍କୁ ଚାକିରି ଦିଆଯିବ ବୋଲି ଘୋଷଣା କରିଛନ୍ତି। ମଙ୍ଗଳବାର ରାତିରେ ଜୋଷୀ ତାଙ୍କ ଦୁଇ ଝିଅଙ୍କ ସହ ବାଇକ୍‌ରେ ଆସୁଥିବାବେଳେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ପୋଲିସ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ନ୍ୟାୟ ଦାବିରେ ୩୫ ବର୍ଷିୀୟ ବିକ୍ରମଙ୍କ ପରିବାର ସହ ମିଡିଆ ସଙ୍ଗଠନ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।

Share