ଇରାନରେ ଖବରଦାତାଙ୍କୁ ଫାଶୀ

ତେହେରାନ, ୧୩।୧୨: ଇରାନରେ ଜଣେ ଖବରଦାତାଙ୍କୁ ଶନିବାର ଫାଶୀ ଦିଆଯାଇଛି। ୨୦୧୭ରେ ରୁହୋଲା ଜାମ୍‌ ନାମକ ଏହି ସାମ୍ବାଦିକଙ୍କ ଓ୍ବେବ୍‌ସାଇଟ୍‌ ଓ ଚ୍ୟାନେଲରେ ପ୍ରକାଶିତ ଖବରକୁ ନେଇ ଦେଶବ୍ୟାପୀ ଅର୍ଥନୈତିକ ବିକ୍ଷୋଭ ହୋଇଥିଲା। ଗତ ଜୁନ୍‌ରେ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ସେ ଗୁପ୍ତଚର ବୃତ୍ତିରେ ସମ୍ପୃକ୍ତ ଓ ଇରାନ ସରକାରର ପତନ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିଲେ।

Share