ଓଡ଼ିଶାରେ ୨୦ ଦେଶର ପ୍ରତିନିଧି

ଭୁବନେଶ୍ୱର, ୧୫।୫ (ବ୍ୟୁରୋ): ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶ ଗ୍ରହଣ କରିବା ଲାଗି ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଏହି ବୈଠକରେ ୪ଟି ପ୍ରାଥମିକତା କ୍ଷେତ୍ର ଯଥା- ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଓ ପୁନଃ ପ୍ରତିଷ୍ଠା, ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ, ସଂସ୍କୃତି ଓ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥ ବ୍ୟବସ୍ଥାର ପ୍ରୋତ୍ସାହନ ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଆଲୋଚନା କରାଯିବ। ବୈଠକ ଅବସରରେ ରବିବାର ସ୍ଥାନୀୟ ଏକ ହୋଟେଲରେ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ଯୋଗଦେଇ, ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ
‘ବସୁଧୈବ କୁଟୁମ୍ବକମ୍‌’ ଏବଂ ‘ଲାଇଫ୍‌-ଲାଇଫ୍‌ଷ୍ଟାଇଲ ଫର୍‌ ଏନ୍‌ଭାଇରନ୍‌ମେଣ୍ଟ’ ବା ‘ପରିବେଶ ପାଇଁ ଜୀବନଶୈଳୀ’ ଉପରେ ଆଲୋକପାତ କରିଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀ କହିଲେ, ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ, ଯୁଗ୍ମ ଐତିହ୍ୟ ସଂରକ୍ଷଣ ପ୍ରକଳ୍ପ ଏବଂ ପାରସ୍ପରିକ ସାଂସ୍କୃତିକ ବିଚାର ବିମର୍ଶ ଭଳି ସହଭାଗୀ କାର୍ଯ୍ୟକ୍ରମକୁ ନେଇ ବିଚାରବିମର୍ଶ କରାଯିବ। ଏହାଦ୍ୱାରା ଆପୋସ ସମ୍ପର୍କ ବଢିବ। କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଯୋଗଦେଇ କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଭାରତର ସଂସ୍କୃତି ସମ୍ପତ୍ତିର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ ହେଉଛି। ବୈଠକରେ ଦୀର୍ଘସ୍ଥାୟୀ ଭବିଷ୍ୟତ ଏବଂ ପରବର୍ତ୍ତୀ ପିଢିର ଉତ୍ତରାଧିକାରକୁ ନେଇ ଆଲୋଚନା ହେବ। ସଂସ୍କୃତିକ ସ୍ଥଳୀଗୁଡିକୁ ଆର୍ଥିକ କାର୍ଯ୍ୟକଳାପ ଓ ପର୍ଯ୍ୟଟନ ସହିତ ଯୋଡାଯିବା ଉଚିତ୍‌ ଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ ବୋଲି ରାଷ୍ଟ୍ରମନ୍ତ୍ରୀ କହିଥିଲେ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଡିଜି କିଶୋର ବାସା କହିଲେ, ବିଭିନ୍ନ କୀର୍ତ୍ତିରାଜିର ବାଇ-ଲ ପ୍ରସ୍ତୁତି ଏକ ମନ୍ଥର ପ୍ରକ୍ରିୟା। ଗତ ୧୦ ବର୍ଷରେ ଦେଶରେ ବହୁତ କମ୍‌ ବାଇ-ଲ ପାସ ହୋଇଛି। ମୋର କାର୍ଯ୍ୟକାଳରେ ଓଡିଶାର ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବି। ସେହିପରି କପିଳେଶ୍ୱର ମନ୍ଦିରର ସଂରକ୍ଷଣକୁ ନେଇ ଉତ୍ତମ ଯୋଜନା କରାଯିବ ବୋଲି ଡିଜି କହିଥିଲେ। ସଂସ୍କୃତି ମନ୍ତ୍ରଣାଳୟ ଯୁଗ୍ମ ସଚିବ ତଥା ସଂସ୍କୃତି କାର୍ଯ୍ୟଗୋଷ୍ଠୀର ସହ-ଅଧ୍ୟକ୍ଷ ଲିଲୀ ପାଣ୍ଡେୟ ପ୍ରମୁଖ ଉପସ୍ଥିତ ଥିଲେ। ଜି-୨୦ ପରିପ୍ରେକ୍ଷୀରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ପ୍ରଦର୍ଶିତ ହୋଇଥିଲା। ଦୁଇ କେନ୍ଦ୍ରମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବିଦେଶାଗତ ଅତିଥିଙ୍କ ପାଇଁ ଆଦିବାସୀ ଲୋକନୃତ୍ୟ, ସିଙ୍ଗାରୀ ଓ ସମ୍ବଲପୁରୀ ନୃତ୍ୟ ସମେତ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକର ଆଲୋଚନା ଅଧିବେଶନ ସୋମବାର ଆରମ୍ଭ ହେବ। ବ୍ୟାପକ ବିଚାରବିମର୍ଶ ଏବଂ ସହଭାଗିତା ଜରିଆରେ ବିଶ୍ୱସ୍ତରରେ ଦେଖାଦେଇଥିବା ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତି ପ୍ରସଙ୍ଗଗୁଡିକର ସମାଧାନ ଉପରେ ଗୁରୁତ୍ୱାରୋପ କରାଯିବ। ବୈଠକର ଅଂଶବିଶେଷ ସ୍ବରୁପ ସୋମବାର ‘ସଷ୍ଟେନ : ଦ କ୍ରାଫ୍ଟ ଇଡିୟମ’ ଶୀର୍ଷକ ପ୍ରଦର୍ଶନୀ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି) ପରିସରରେ ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ। ଏହା ମାନବ ଜାତି ଓ ପ୍ରକୃତି ମାଧ୍ୟରେ ସହାବସ୍ଥାନ ସମ୍ପର୍କରେ ପରିଦର୍ଶକ, ପେସାଦାର, ନୀତି ନିର୍ମାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ। ପ୍ରଦର୍ଶନୀ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ହସ୍ତଶିଳ୍ପୀଙ୍କ ଦ୍ୱାରା ପାରମ୍ପରିକ କଳା ସମ୍ପର୍କରେ ଏକ ମାଷ୍ଟର କ୍ଲାସ ଦେଖିବା ଲାଗି ଅତିଥିଙ୍କୁ ସୁଯୋଗ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ପାଇଁ ୧୨ ଶ୍ରମିକଙ୍କୁ ଲୁଚାଇ ରଖିଥିଲେ ଦଲାଲ: ମାଡ଼ିବସିଲା ପୋଲିସ

ଲାଠୋର,୨୮।୧୦(ଭୁବନେଶ୍ୱର ବାରିକ): ଲାଠୋର ପୋଲିସ ସୋମବାର ସନ୍ଧ୍ୟାରେ ଲାଠୋର ଗ୍ରାମର ଏକ ପରିତ୍ୟକ୍ତ ଘରୁ ୧୨ ଜଣ ଦାଦନ ଶ୍ରମିକ ଓ ଜଣେ ଶିଶୁଙ୍କୁ ଉଦ୍ଧାର...

ଧନତେରସରେ ସୁନା କିଣିବାକୁ ଯୋଜନା କରୁଛନ୍ତି କି? ଜାଣିନିଅନ୍ତୁ ନୂଆ ଦର

ଭୁବନେଶ୍ୱର,୨୮।୧୦: ରାତି ପାହିଲେ ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ। କୁହାଯାଏ ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି।...

୧୪ ବର୍ଷ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

ରାଜ୍ୟବାସୀଙ୍କୁ ମିଳିବ ୨ ସ୍ବାସ୍ଥ୍ୟ କାର୍ଡ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ, କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ

ଭୁବନେଶ୍ୱର,୨୮।୧୦: ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କାର୍ଡରେ ୨୭...

କେଉଁ ଦିନ ପାଳନ କରିବେ ଦୀପାବଳି, ୩୧ ନା ୧, ଦ୍ୱନ୍ଦରେ ଅଛନ୍ତି କି?

ଭୁବନେଶ୍ୱର,୨୮।୧୦: ପୂର୍ବରୁ ଅନେକ ପର୍ବପର୍ବାଣୀ ଦୁଇଦିନ ପଡ଼ିଥିବାବେଳେ ଏବେ ଦୀପାବଳିକୁ ନେଇ ପୁଣି ଦ୍ବନ୍ଦ୍ବ ଦେଖାଦେଇଛି । ବିଭିନ୍ନ ପାଞ୍ଜିରେ ଏନେଇ ଭିନ୍ନ ଭିନ୍ନ ଦିନ...

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୧୦: ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି...

ଘଡ଼ଘଡି ସହ ହେବ ପ୍ରବଳ ବର୍ଷା: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୧୦: ଉପକୂଳବର୍ତ୍ତୀ ଓଡିଶା ଉପରେ ଊର୍ଦ୍ଧ୍ୱ ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛିି। ଏହି କ୍ରମରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ...

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri