Posted inଖେଳ

ନୂଆ ଭାରତର ପ୍ରତିନିଧିତ୍ୱ କରୁଛି: କୋହଲି

ଆଡିଲେଡ୍‌,୧୭।୧୨(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଗ୍ରେଗ୍‌ ଚାପେଲଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଚାପେଲ କୋହଲିଙ୍କୁ ‘ଅଣ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟ ସର୍ବକାଳୀନ ଶ୍ରେଷ୍ଠ ଅଷ୍ଟ୍ରେଲିଆ କ୍ରିକେଟର ବା ଅଷ୍ଟ୍ରେଲୀୟ ମାନସିକତା ରଖୁଥିବା ଖେଳାଳି’ ବୋଲି କହିଥିଲେ। ଏକ ନୂଆ ଭାରତ ପାଇଁ ପ୍ରତିନିଧିତ୍ୱ କରୁଛି। ପରିସ୍ଥିତି ଅନୁସାରେ ଆଶା ଅନୁରୂପ ଭାବେ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ନିଜର ଜବାବ ରଖି କୋହଲି ପ୍ରଥମ ଟେଷ୍ଟର ଅବ୍ୟବହିତ ପୂର୍ବରୁ କହିଛନ୍ତି।
ନିଜର ଆକ୍ରମଣାତ୍ମ ଆଭିମୁଖ୍ୟ ଓ ଲଢୁଆ ମନୋବୃତ୍ତି ସଂକ୍ରାନ୍ତରେ କୋହଲିଙ୍କୁ ପ୍ରଶ୍ନ କରାଯାଇଥିଲା। ଅଷ୍ଟ୍ରେଲୀୟ ଖେଳାଳିମାନେ ମଧ୍ୟ ସମାନ ପ୍ରକାର ଆଭିମୁଖ୍ୟ ଓ ଲଢୁଆ ଖେଳ ପ୍ରଦର୍ଶନ କରିଥାନ୍ତି। ତେଣୁ ଚାପେଲ ଦେଇଥିବା ମନ୍ତବ୍ୟ ନେଇ କୋହଲିଙ୍କୁ ଏକ ଭର୍ଚ୍ଚୁଆଲ ଖବରଦାତା ସମ୍ମିଳନୀରେ ଏ ନେଇ ପ୍ରଶ୍ନ କରାଯାଇଥିଲା। ମୋର ଚରିତ୍ର ଓ ବ୍ୟକ୍ତିତ୍ୱ ଅନୁସାରେ ଏକ ନୂଆ ଭାରତକୁ ପ୍ରତିନିଧିତ୍ୱ କରୁଛି। ଅଷ୍ଟ୍ରେଲିଆ ଖେଳାଳିଙ୍କ ସହିତ ମୋତେ ତୁଳନାର ଆବଶ୍ୟକତା ନାହିଁ। ପ୍ରଥମରୁ ମୋର ବ୍ୟକ୍ତିତ୍ୱ ଠିକ୍‌ ଏହିପରି। ନୂଆ ଭାରତ ଏବେ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସମ୍ନା କରିବାକୁ ପ୍ରସ୍ତୁତ ଅଛି ଓ ଏଥରେ ପଛ ଘୁଞ୍ଚା ଦେବା କିମ୍ବା ଭୟଭୀତ ହେବାର କାରଣ ନାହିଁ। ଏଥିରେ ଆଶା ଓ ସକାରାତ୍ମକତା ରହିଛି। ସବୁ ପ୍ରକାର ଆହ୍ବାନ ଓ ସମସ୍ୟାକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ। ମୋର ମଧ୍ୟ ବ୍ୟକ୍ତିତ୍ୱ ଆରମ୍ଭରୁ ଏହିପରି ରହିଆସିଛି ବୋଲି କୋହଲି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟ ଆଇସିୟୁରେ…ଚମକାଇବା ଭଳି ବୟାନ ଦେଲେ…

ରାଚୀ,୧୧ା୩: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଜାତୀୟ ଟି୨୦ ଦଳକୁ ଅଲରାଉଣ୍ଡର ଶଦାବ ଖାନ୍‌ଙ୍କ ପ୍ରତ୍ୟାବର୍ତ୍ତନ ଉପରେ ପ୍ରଶ୍ନ ଉଠାଇବା ସହ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି...

ପାକିସ୍ତାନ ଟିମ୍‌କୁ ଆଉ ଏକ ବଡ଼ ଝଟ୍‌କା,ଏବେ ଦଳରୁ…

ନୂଆଦିଲ୍ଲୀ,୧୧।୩: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରେ ବାଦ ପଡ଼ିଥିବା ପାକିସ୍ତାନୀ ଦଳର ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବାକୁ ଥିବା...

ଅଧିନାୟକ ଅଫର୍‌କୁ ସଫାସଫା ମନା କରିଦେଲେ କେ ଏଲ୍‌ ରାହୁଲ, ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ପରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୧।୩: ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ପରେ କେ ଏଲ୍‌ ରାହୁଲ ଅଧିନାୟକତ୍ୱକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାହୁଲ ଆଇପିଏଲ୍‌...

ଭଲିବଲ: ଭୁବନେଶ୍ୱରକୁ ହରାଇ ରାଇଜିଂ କ୍ଲବ ଚାମ୍ପିୟନ

ରାଉରକେଲା,୧୧।୩(ଦିନେଶ ମିଶ୍ର):ରାଉରକେଲା ସେକ୍ଟର-୨୦ସ୍ଥିତ ରାଇଜିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧୬ତମ ସର୍ବଭାରତୀୟ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ...

୧୫ ମାସ ପରେ ଡବ୍ଲ୍ୟୁଏଫଆଇ ଉପରୁ ହଟିଲା ବାସନ୍ଦ

ନୂଆଦିଲ୍ଲୀ,୧୧ା୩: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ) ଉପରୁ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ବାସନ୍ଦାଦେଶ ହଟାଇ ଦେଇଛି। ଏଥିଯୋଗୁ ଦେଶରେ କୁସ୍ତିକୁ ନେଇ ଗତ ୧୫ ମାସ...

IPL 2025 ପାଇଁ ନୂଆ ଜର୍ସି ଲଞ୍ଚ୍‌ କଲା ଆରସିବି, ଜାଣନ୍ତୁ କେଉଁଠାରୁ କିଣିପାରିବେ ପ୍ରଶଂସକ

ନୂଆଦିଲ୍ଲୀ,୧୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ୨୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏବେ ଧୀରେ ଧୀରେ...

ଚାମ୍ପିୟନ୍ସ ଟ୍ରଫି ପରେ ICC ରାଙ୍କିଙ୍ଗରେ ଭାରତୀୟଙ୍କୁ ବମ୍ପର ଫାଇଦା: ଏହି ସବୁ ଖେଳାଳିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୧।୩: ୨୦୨୫ ଚାମ୍ପିୟନ୍ସ ଟ୍ରଫି ପରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ନୂତନ ରାଙ୍କିଙ୍ଗ ପ୍ରକାଶ କରିଛି। ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ରେ...

‘ମୋତେ ସମ୍ମାନ ମିଳିଲା ନାହିଁ’, Champions Trophy ପରେ ଦୁଃଖ ବଖାଣିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୩: ଚାମ୍ପିୟନ୍ସ ଟ୍ରଫି-୨୦୨୫ ଜିତିଥିବା ଭାରତୀୟ ଦଳର ଅଂଶ ଥିବା ଶ୍ରେୟସ ଆୟର ଏବେ ତାଙ୍କ ଯନ୍ତ୍ରଣା ବଖାଣିଛନ୍ତି। ଆୟର ମିଡଲ ଅର୍ଡରରେ ଚମତ୍କାର ବ୍ୟାଟିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image