କୋରାପୁଟରେ ସାଧାରଣତନ୍ତ୍ର ଦିବସ ପାଳନ

କୋରାପୁଟ,୨୬।୧: କୋରାପୁଟରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ଜିଲାପାଳ ଅବଦଲ ଏମ୍‌ ଅଖତର, ଏସ୍‌ପି ଅଭିନାଭ ସୋନକର ସେଠାରେ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ପରେଡରେ ଅଂଶଗ୍ରହଣ କରିଥିଲେ।