Categories: ଜାତୀୟ

ନେତାଜୀଙ୍କ ଜୟନ୍ତୀରୁ ଆରମ୍ଭ ହେବ ସାଧାରଣତନ୍ତ୍ର ଦିବସ ସମାରୋହ…

ନୂଆଦିଲ୍ଲୀ, ୧୫।୧ : ଚଳିତ ବର୍ଷଠାରୁ ସାଧାରଣତନ୍ତ୍ର ଦିବସ ସମାରୋହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଜାନୁୟାରୀ ୨୩ରୁ ଆରମ୍ଭ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଏହି ସମାରୋହ ଜାନୁୟାରୀ ୨୪ରୁ ଆରମ୍ଭ କରାଯାଉଥିଲା। ତେବେ ଏଥିରେ ପରିବର୍ତ୍ତନ କରାଯାଇଛି। ନେତାଜୀଙ୍କ ଜୟନ୍ତୀକୁ ଏବେ ସାଧାରଣତନ୍ତ୍ର ଦିବସ ସହିତ ଯୋଡ଼ି ଦିଆଯାଇଛି।

ଏହା ପୂର୍ବରୁ କେନ୍ଦ୍ର ସରକାର ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ମଧ୍ୟ ଘୋଷଣା କରିଥିଲେ। ଭାରତୀୟ ଐତିହ୍ୟ ଏବଂ ସଂସ୍କୃତି ତଥା ସ୍ବାଧୀନତା ସଂଗ୍ରାମ ସହିତ ଜଡ଼ିତ ଥିବା ଦିବସ ପାଳନ ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏହା ଅର୍ନ୍ତଗତ ଦେଶରେ ନେତାଜୀଙ୍କ ସହିତ ସମ୍ପର୍କ ରଖୁଥିବା ସ୍ଥଳର ବିକାଶ ପ୍ରତି କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି।

Share