ବୌଦ୍ଧରେ ସାଧାରଣତନ୍ତ୍ର ଦିବସ

ବୌଦ୍ଧ,୨୬ା୧(ଅଜିତ କୁମାର ବାରିକ): ବୌଦ୍ଧରେ ୭୫ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସହରର ଷ୍ଟାଡିୟମଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲାପାଳ ନୃସିଂହ ଚରଣ ସ୍ବାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ଜିଲାପାଳ ଯୁବ ଓ ଛାତ୍ର ସମାଜ ହେଉଛନ୍ତି ଭବିଷ୍ୟତର ମେରୁଦଣ୍ଡ ବୋଲି କହିବା ସହ ଭଲ ପାଠ ପଢ଼ି ଭଲ ମଣିଷ ହେବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଏହା ସହ ବୌଦ୍ଧ ଜିଲା ଏକ କୃଷି ପ୍ରଧାନ ଜିଲା ବୋଲି କହିବା ସହ ଚାଷର ଉନ୍ନତି ହେଲେ ଜିଲାର ହୋଇପାରିବ ବୋଲି କହିବା ସହ ଚାଷ ପ୍ରତି ଗୁରୁତ୍ୱ ଦେବାକୁ ଆହ୍ବାନ କରିବା ସହ ଦେଶ ପାଇଁ ସମସ୍ତଙ୍କ କର୍ତ୍ତବ୍ୟ ରହିବା ଜରୁରୀ ବୋଲି ମତ ବ୍ୟକ୍ତ କରିଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଜିଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରେଡରେ ମଧ୍ୟ ଅଭିବାଦନ ଗ୍ରହଣ କରିଥିଲେ। ଏହି ଜାତୀୟ ଉତ୍ସବ ଅବସରରେ ଆଇଆରବି ୫ମ ବାଟାଲିୟନ, ଜିଲା ପୋଲିସ ଓ ଗୃହରକ୍ଷୀ ବାହିନୀ ଅଂଶଗ୍ରହଣ କରି ଜାତୀୟ ପତାକାକୁ ଅଭିବାଦନ ଜଣାଇଥିଲେ।

Share