ଫୁଲବାଣୀରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ଫୁଲବାଣୀ,୨୬ା୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ପୋଲିସ ରିଜର୍ଭ ପଡ଼ିଆରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହାପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ଭାରତ ବର୍ଷର ମୁକ୍ତି ଆନ୍ଦୋଳନ ବେଳେ କନ୍ଧମାଳର ଚକରା ବିଶୋଇଙ୍କ ନେତୃତ୍ୱରେ କନ୍ଧମେଳି ହୋଇଥିଲା। ଆଜି ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଛେ। ଏହି ଦିନ ସମ୍ବିଧାନ ପ୍ରଣୟନ ହୋଇଥିଲା। ଆମକୁ ଆଜି ଯୋଉ ଅଧିକାର ମିଳିଛି, ତାହା କେବଳ ସମ୍ବିଧାନ ପାଇଁ। ଏହି ଦିନ ଆମ ସମସ୍ତଙ୍କ ପାଇଁ ଚିର ସ୍ମରଣୀୟ ବୋଲି କହିଥିଲେ। ଏହାପରେ ରାଜ୍ୟରେ ଚାଲିଥିବା ବିଭିନ୍ନ ଉନ୍ନୟମୂଳକ ଯୋଜନା, ଯଥା ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଉପରେ ସମସ୍ତଙ୍କୁ ଅବଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଏସ୍‌ପି ଶୁଭେନ୍ଦୁ ପାତ୍ର ମଞ୍ଚାସୀନ ଥିଲେ। ଶେଷରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ଦେଶାତ୍ମକ ବୋଧକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।