‘ରାୟଗଡ଼ାକୁ ଏକ ଉନ୍ନତ ଜିଲାରେ ପରିଣତ କରିବା ସମସ୍ତଙ୍କ ଲକ୍ଷ୍ୟ ହେଉ’

ରାୟଗଡ଼ା ଅଫିସ,୨୬ା୧: ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ରାୟଗଡ଼ା ଜିଲା ସଦରମହକୁମାର ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେଡରେ ଅଭିବାଦନ ଗ୍ରହଣ କରି ଜିଲାବାସୀଙ୍କ ଉଦ୍ଦେଶ୍ୟରେ ସାଧାରଣତନ୍ତ୍ର ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟର ଉଦ୍‌ବୋଧନ ଦେଇଥିଲେ । ରାୟଗଡ଼ା କିପରି ଏକ ଉନ୍ନତ ଜିଲାରେ ପ୍ରତିଷ୍ଠିତ ହୋଇପାରିବ, ଆମର ସମ୍ବିଧାନକୁ କିପରି ସୁରକ୍ଷା ଦେଇପାରିବ ସେଥିପାଇଁ ଆମର ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବା ବୋଲି କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଜିଲାର ୭ ସ୍ବାସ୍ଥ୍ୟକର୍ମୀ, ୭ ଅଙ୍ଗନବାଡ଼ି କର୍ମୀ ଏବଂ ୫ କର୍ମୀଙ୍କୁ କୋଭିଡ୍‌ ଯୋଦ୍ଧା ଭାବେ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

Share