Categories: ଜାତୀୟ

କୃଷକ ଆନ୍ଦୋଳନରେ ହିଂସା ପାଇଁ ପାକିସ୍ତାନର ଷଡଯନ୍ତ୍ର

ନୂଆଦିଲ୍ଲୀ,୨୫ ।୧: ସାଧାରଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଟର ରାଲି କରିବାକୁ ଦିଲ୍ଲୀ ପୋଲିସ ରବିବାର ୩ଟି ମାର୍ଗରେ ଅଧିକାରୀ ସ୍ତରରେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜପଥରେ ମୁଖ୍ୟ ପରେଡ ଶେଷ ହେବା ପରେ ଟିକରି, ସିନ୍ଧୁ ଓ ଗାଜିପୁର ସୀମାରେ ଟ୍ରାକ୍ଟର ରାଲିକୁ ଦିଲ୍ଲୀରେ ପ୍ରବେଶ କରି ଦିଆଯିବ । ଇତିମଧ୍ୟରେ ପୋଲିସ ଦାବି କରିଛି କି କୃଷକ ରାଲିରେ ହିଂସା ପରିସ୍ଥିତି ସୃଷ୍ଟି କରିବାକୁ ପାକିସ୍ତାନ ଷଡଯନ୍ତ୍ର କରୁଛି । ଏଥିପାଇଁ ପାକିସ୍ତାନରେ ୧୩ରୁ ୧୮ ଜାନୁୟାରୀ ମଧ୍ୟରେ ପାଖାପାଖି ୩୦୮ ଟ୍ୱିଇଟର ହ୍ୟାଣ୍ଡେଲ ଖୋଲିଥିବା ଜଣାପଡିଛି । ଦିଲ୍ଲୀ ପୋଲିସର ସ୍ପେଶାଲ କମିଶନର ଇଣ୍ଟଲିଜେନ୍ସ ଦିପେନ୍ଦ୍ର ପାଠକ ରବିବାର କୃଷକଙ୍କ ସହ ମିଶି ରାଲିର ରୁଟ୍ ମ୍ୟାପ ପ୍ରସ୍ତୁତ କରିଛନ୍ତି । ସେ କହିଛନ୍ତି ରାଲିକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ଏବେ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଇଛି । ଏଥିପାଇଁ ଦିଲ୍ଲୀ ପୋଳିସ ସହ ଉତ୍ତରପ୍ରଦେଶ ଓ ହରିୟାଣା ପୋଲିସ ସହଯୋଗ କରିବ । ଏହାସହ କୃଷକ ସଙ୍ଗଠନକୁ ବି ସୁରକ୍ଷା ଅଧିକାର ଦିଆଯାଇଛି ।

Share