Categories: ଜାତୀୟ

ଅର୍ଣ୍ଣବଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ

ମୁମ୍ବାଇ, ୪।୧୧: ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀଙ୍କୁ ବୁଧବାର ସକାଳେ ଜୋରଜବରଦସ୍ତ ମୁମ୍ବାଇ ପୋଲିସ ଉଠାଇ ନେଇଛି। ଅର୍ଣ୍ଣବଙ୍କ ମୁମ୍ବାଇସ୍ଥିତ ବାସଭବନରେ ପଶି ପୋଲିସ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ଛି। ଏଥିସହ ପୋଲିସ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଅର୍ଣ୍ଣବ। ୨୦୧୮ର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ଅର୍ଣ୍ଣବଙ୍କ ବ୍ୟତୀତ ରିପବ୍ଲିକ ଟିଭିର ଡେପୁଟି ନ୍ୟୁଜ୍‌ ଏଡିଟର ସାଗରିକା ମିତ୍ର, ସିନିୟର ଆସୋସିଏଟ ଏଡିଟର ଓ ଆଙ୍କର ଶିବାନୀ ଗୁପ୍ତା, ଡେପୁଟି ଏଡିଟର ଶାୱନ ସେନ ଏବଂ ଏକ୍‌ଜ୍ୟୁକେଟିଭ ଏଡିଟର ନିରଞ୍ଜନ ନାରାୟଣସ୍ବାମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। ରିପବ୍ଲିକ ଟିଭିର ଏହି ସମସ୍ତ ଏଡିଟୋରିଆଲ ଷ୍ଟାଫ ମହାରାଷ୍ଟ୍ର ସରକାର ଓ ପୋଲିସର ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା ଚଳାଉଥିବା ଅଭିଯୋଗ ହୋଇଛି।

Share