ବାଇଡେନ୍‌ଙ୍କ ବିରୋଧରେ ରିପବ୍ଲିକାନଙ୍କ ମହାଭିଯୋଗ ରିପୋର୍ଟ

ଓ୍ବାଶିଂଟନ,୨୦ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ହାଉସ୍‌ ରିପବ୍ଲିକାନମାନେ ସେମାନଙ୍କର ପ୍ରାରମ୍ଭିକ ମହାଭିଯୋଗ ତଦନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି। ବାଇଡେନ୍‌ କ୍ଷମତାର ଦୁରୁପଯୋଗ କରି ପୁଅ ହଣ୍ଟର ବାଇଡେନ୍‌ ଏବଂ ପରିବାର ସମ୍ପୃକ୍ତ ଥିବା ଆର୍ଥତ୍କ କାରବାର ମାମଲାର ବିଚାରରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ରିପବ୍ଲିକାନ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ପାଖାପାଖି ବର୍ଷେ ଧରି ରିପବ୍ଲିକାନ୍‌ ସଦସ୍ୟମାନେ ତଦନ୍ତ ଚଳାଇଥିଲେ ମଧ୍ୟ ରାଷ୍ଟ୍ରପତି କୌଣସି ଆପରାଧିକ ତ୍ରୁଟି କରିଥିବାର ପ୍ରମାଣ ପାଇପାରି ନାହାନ୍ତି। ସୋମବାର ପ୍ରକାଶ ପାଇଥିବା ୩୦୦ ପୃଷ୍ଠାର ରିପୋର୍ଟରେ ତାଙ୍କ ପରିବାର ତାଙ୍କୁ ବ୍ରାଣ୍ଡ୍‌ କରି ଦୁର୍ନୀତି ଉପାୟରେ ବ୍ୟବସାୟ କାରବାର ଚଳାଇଥିଲେ ବୋଲି କୁହାଯାଇଛି। ତେବେ ବାଇଡେନ୍‌ ପୁନର୍ବାର ରାଷ୍ଟ୍ରପତି ନିର୍ବାଚନ ଲଢ଼ୁ ନ ଥିବାରୁ ପରବର୍ତ୍ତୀ ପଦକ୍ଷେପ ଅନିଶ୍ଚିତତା ମଧ୍ୟରେ ରହିଛି। ମହାଭିଯୋଗ ଜରିଆରେ ରାଷ୍ଟ୍ରପତିଙ୍କୁ ସିନେଟ ଦ୍ୱାରା ହଟାଇବା ନିମନ୍ତେ ହାଉସ୍‌ ରିପବ୍ଲିକାନ୍‌ଙ୍କ ଯୋଜନାକୁ ନିଜ ଦଳର ପୂର୍ଣ୍ଣ ସମର୍ଥନ ନ ଥିବା ଜଣାପଡ଼ିଛି। ଅଧିକାଂଶ ରିପବ୍ଲିକାନ ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ବିରୋଧରେ କେତେକ ମାମଲାର ତଦନ୍ତ ଉପରେ ଗୁରୁତ୍ୱ ଦେଇଛନ୍ତି।

Share