ବିଦ୍ୟୁତ୍‌ କାଟରେ ସାମିଲହେବାକୁ କଂଗ୍ରେସର ନିବେଦନ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ବିଦ୍ୟୁତ୍‌ ଉପତ୍ାଦନ ପାଇଁ ଆବଶ୍ୟକ ଜଳ, କୋଇଲା ଯଥେଷ୍ଟ ପରିମାଣର ସୂର୍ଯ୍ୟକିରଣ ଓ କୁଣ୍ଡା ଉପଲବ୍ଧ ଅଛି। ତେଣୁ ଓଡ଼ିଶାରେ ବିଦ୍ୟୁତ୍‌ ଉପତ୍ାଦନ ଖର୍ଚ୍ଚ ସବୁଠାରୁ କମ୍‌ ହେବା କଥା। କିନ୍ତୁ ଯାହା ଉପତ୍ାଦନ ହେଉଛି ସେଥିରୁ ୩୫ ପ୍ରତିଶତ ବ୍ୟବସାୟିକ ଏବଂ ବୈଷିୟକ କ୍ଷତି ହେଉଛି। ଅନ୍ୟ କେତେକ ରାଜ୍ୟରେ କିନ୍ତୁ ବହୁତ କମ୍‌ କ୍ଷତି ହେଉଛି। ଦିଲ୍ଲୀରେ ଶତକଡ଼ା ୮ ପ୍ରତିଶତ କ୍ଷତି ହେଉଛି। ଓଡ଼ିଶାରେ ବେଶି କ୍ଷତିର କାରଣ ଆମ ସରକାର ଓ ବୈଦ୍ୟୁତିକ ବିତରଣ ସଂସ୍ଥାର ଅପାରଗତା ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି)ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦ ପାଇଁ ସବୁ ରାଜନୈତିକ ଦଳ ମିଶି ଆସନ୍ତା ଗୁରୁବାର ସନ୍ଧ୍ୟା ୬ ଟାରୁ ୬ଟା୧୫ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବ୍ୟବହାର ବନ୍ଦ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ କଂଗ୍ରେସ ସମର୍ଥନ କରିଛି। ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦର ସ୍ବର ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ୧୫ ମିନିଟ୍‌ ସ୍ବଇଚ୍ଛାରେ ବିଦ୍ୟୁତ୍‌ କାଟ କରିବାକୁ ନିରଞ୍ଜନ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।

Share