ନ୍ୟୁ ସାଉଥ୍ ଓ୍ବେଲସ୍,୧୩।୧: କରୋନା ମହାମାରୀ ବିରୋଧରେ ପୃଥିବୀର ପ୍ରତି ଦେଶରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ଓ୍ବେଲସ୍ରେ ଏକ ଓ୍ବେବସାଇଟ୍ରେ କରୋନାର ସଂକ୍ରମଣରୁ ଦୂରେଇ ରହିବା ଲାଗି ଅଜବ ଅନୁରୋଧ କରାଯାଇଛି। ଏଥିରେ କୁହାଯାଇଛି ଯେ, ଶାରୀରିକ ସମ୍ପର୍କ ସମୟରେ ଅଢ଼େଇ ମିଟର ଦୂରତା ବଜାୟ ରଖିବା ଉଚିତ। ଏବେ ଓ୍ବେବସାଇଟ୍ର ଏଭଳି ଅଜବ ଅନୁରୋଧ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଶୟନ କକ୍ଷରେ ସାଥୀଙ୍କଠାରୁ ଅଢ଼େଇ ମିଟର ଶାରୀରିକ ଦୂରତା ବଜାୟ ରଖିବା ପାଇଁ ଏଥିରେ କୁହାଯାଇଛି। ସେହିପରି କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଓ୍ବେବସାଇଟ୍ ପକ୍ଷରୁ ବାରଣ କରାଯାଇଛି। ଦୂରତା ବଜାୟ ରଖି ଶାରୀରିକ ସମ୍ପର୍କ ସ୍ଥାପନ କରିବା ସହିତ ସୋଲୋ ସେକ୍ସ୍ ଉପରେ ଓ୍ବେବସାଇଟ୍ ଗୁରୁତ୍ୱାରୋପ କରିଛି। ଏବେ ଏହାକୁ ନେଇ ସମାଜର ବିଭିନ୍ନ ବର୍ଗଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।