ସମସ୍ତ ପାର୍ଟଟାଇମ୍‌ କଳା-କ୍ରୀଡା ପ୍ରଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି

ଛତ୍ରପୁର,୧୮।୧୧(ଦିଲ୍ଲୀପ ସାମଲ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶାରୀରିକ(କ୍ରୀଡା) ଶିକ୍ଷା ଓ କଳା ଶିକ୍ଷା (ଚିତ୍ର କଳା, ସଂଗୀତ କଳା )ଶିକ୍ଷାକୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳନ କରିବା ଓ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧିନସ୍ଥ ସମଗ୍ର ଶିକ୍ଷା ଅଭିଯାନ ଯୋଜନାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ନିଯୁକ୍ତି ପାଇଥିବା ସମସ୍ତ ପାର୍ଟଟାଇମ୍‌ କଳା ଓ କ୍ରୀଡା ପ୍ରଶିକ୍ଷକମାନଙ୍କୁ ରାଜ୍ୟ ସରକାର ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବି ନେଇ ସୋମବାର ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଗଞ୍ଜାମ ଜିଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଦାବିଗୁଡିକ ଯଥାଶୀଘ୍ର ପୂରଣ କରିବା ନିମନ୍ତେ ସେମାନେ ଜିଲାପାଳଙ୍କୁ ଭେଟି ଅନୁରୋଧ କରିଥିଲେ। ଏହି ଦାବିପତ୍ର ପ୍ରଦାନବେଳେ ସଭାପତି ମନୋଜ କୁମାର ଚୌଧୁରୀ, ବିଶନାଥ ପ୍ରଧାନ, ରାଜେନ୍ଦ୍ର ମହାଙ୍କୁ ଓ ବିଦେଶୀ ବେହେରାଙ୍କ ସମେତ ବହୁ କଳା ଓ କ୍ରୀଡା ପ୍ରଶିକ୍ଷକମାନେ ଉପସ୍ଥିତ ଥିଲେ।

Share