ପୁରୀ ସ୍ବର୍ଗଦ୍ୱାରରେ ହେଲା କଟକଣା

ପୁରୀ ଅଫିସ, ୮।୧: ପୁରୀ ସ୍ବର୍ଗଦ୍ୱାରରେ ସୋମବାରରୁ ଶବଦାହ ଉପରେ କଟକଣା ଲାଗୁ ହୋଇଛି। ଏଣିକି ସ୍ବର୍ଗଦ୍ୱାରରେ ବାହାର ଜିଲାର ଲୋକଙ୍କ ଶବଦାହ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ପୁରୀ ଜିଲାର ଲୋକ ପରିଚୟ ପତ୍ର ଦେଖାଇ ଶବଦାହ କରିବାକୁ ଅନୁମତି ରହିଛି। ଏନେଇ ପୁରୀ ଉପଜିଲାପାଳ ସୂଚନା ଦେଇଛନ୍ତି। ବିନା କୋଭିଡ ଓ ସାଧାରଣ ରୋଗରେ ମୃତ୍ୟୁବରଣ କରିଥିଲେ ସ୍ବର୍ଗଦ୍ୱାରରେ ଶବଦାହ କରିପାରିବେ। ସେହିପରି ସୋମବାର ଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରକୁ ବନ୍ଦ ରହିବ। ଜାନୁୟାରୀ ୩୧ ତାରିଖ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Share