ଖମାର,୨୦ା୧- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ପଞ୍ଚାୟତ କୋଚିଆବେଡା ସଂରକ୍ଷିତ ଜଙ୍ଗଲରୁ ବୁଧବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ମହିଳାମାନେ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ବେଳେ ଶିଶୁଟି କାନ୍ଦୁଥିବା ଶୁଣିବାକୁ ପାଇଥିଲେ। କୋଚିଆବେଡା ଗ୍ରାମର ଶାନ୍ତି ସିଂ ପିଲାଟିକୁ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ଯୁବକ ପ୍ରଦୀପ ବେହେରାଙ୍କ ସହାୟତାରେ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ଖବରପାଇ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଜାରି ରଖିଛି। ପ୍ରାଥମିକ ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବା ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଶଶିକାନ୍ତ ବେହେରା ସୂଚନା ଦେଇଛନ୍ତି।