କୂଅରେ ପଡ଼ିଥିବା ଚିତା ଉଦ୍ଧାର

ରେଢ଼ାଖୋଲ, ୮।୬(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଚାରମାଳ ରେଞ୍ଜ ଅଧୀନ ସାନ ହିଣ୍ଡୋଲ-ମୂଷାକଟା ରାସ୍ତାରେ ଥିବା ଏକ ପରିତ୍ୟକ୍ତ କୂଅରେ ମଙ୍ଗଳବାର ରାତିରେ ଏକ ଚିତାବାଘ ପଡ଼ିଯାଇଥିଲା। ବାଘଟିକୁ ବୁଧବାର ସକାଳେ ବନବିଭାଗ ଓ ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇଛି। ତେବେ ସକାଳେ ସ୍ଥାନୀୟ ଲୋକେ ବାଘର ଗର୍ଜନ ଶୁଣି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବିଭିନ୍ନ କୌଶଳ ଅବଲମ୍ବନ କରି ଚିତାବାଘକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ଛାଡ଼ିଥିଲେ।

Share