Categories: ଫୁରସତ

କାନ୍‌ପୁରରୁ ହିମାଳୟାନ୍‌ ଶାଗୁଣା ଉଦ୍ଧାର

ଲକ୍ଷ୍ନୌ: ପୃଥିବୀରେ ଅନେକ ପ୍ରାଣୀଙ୍କ ସଂଖ୍ୟା କମି କମି ବିଲୁପ୍ତପ୍ରାୟ। ସେଥିମଧ୍ୟରେ ଶାଗୁଣା ଅନ୍ୟତମ। ଉତ୍ତର ପ୍ରଦେଶର କାନ୍‌ପୁର ଅଞ୍ଚଳରୁ ଏକ ଭିଡିଓ ସାମ୍‌ନାକୁ ଆସିଛି, ଯେଉଁଥିରେ ହିମାଳୟର ବରଫ ଚୋଟିରେ ଶାଗୁଣା ଦେଖିବାକୁ ମିଳିଛି। କାନପୁରର କର୍ନଲଗଞ୍ଜ ଅଞ୍ଚଳର ଏକ ଶ୍ମଶାନରୁ ଏହି ଶାଗୁଣାକୁ ସ୍ଥାନୀୟ ଲୋକେ ରବିବାର ଧରିଛନ୍ତି। ଶାଗୁଣାଟି ସପ୍ତାହେ ହେବ ଶ୍ମଶାନରେ ବୁଲୁଥିବା ନଜରକୁ ଆସିଥିଲା। ଶାଗୁଣା ଡେଣାର ଲମ୍ବ ୬ ଫୁଟ ହୋଇଥିବାବେଳେ ତାକୁ ୫ ଜଣ ମିଶି ଧରିଥିଲେ। ଏବେ ସେହି ଶାଗୁଣାକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ବିଭାଗ ତାକୁ କ୍ୱାରାଣ୍ଟାଇନ୍‌ରେ ରଖିଛି। ଏପରି ଦୁର୍ଲଭ ଶାଗୁଣା ଏହି ଅଞ୍ଚଳକୁ କିପରି ଆସିଲା ତା’ ଉପରେ ବନ ବିଭାଗ ନଜର ରଖିଛି। ରିପୋର୍ଟ ଅନୁସାରେ, ଏହି ହିମାଳୟାନ୍‌ ଶାଗୁଣା ପାହାଡ଼ ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି, ଯାହା ୧୨୦୦ରୁ ୫୫୦୦ ମିଟର ଉଚ୍ଚରେ ଅବସ୍ଥିତ। ଏପରି ଶାଗୁଣା ବିଶେଷକରି ପାକିସ୍ତାନ, ଉଜ୍‌ବେକିସ୍ତାନ, ତାଜାକ୍‌ସ୍ତାନ, ନେପାଳ, ଭୁଟାନ ଏବଂ ତିବ୍ବତରେ ଦେଖାଯାଆନ୍ତି। ସୂଚନା ଯେ, ୧୯୯୦ଠାରୁ ଏମାନଙ୍କ ସଂଖ୍ୟା ୯୯ ପ୍ରତିଶତ ହ୍ରାସ ପାଇଛି।

Share