ବୌଦ୍ଧ,୩ା୧: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାଉନସିଲର ଅଗସ୍ତୀ ମହାକୁଡଙ୍କ ମୃତଦେହ ଏକ ବିଲରୁ ରବିବାର ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ମିଳିଥିବା, ଗତ ୩୦ ତାରିଖରୁ ପୂର୍ବତନ କାଉନସିଲର ଅଗସ୍ତୀ ନିଖୋଜ ଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା ରୂୁଜୁ କରି ତଦନ୍ତ ଚଳାଇଥିଲା । ରବିବାର ଜିଲାପାଳଙ୍କ ପୁରୁଣାକୋଠା ନିକଟ ଏକ ବିଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ପୋଲିସକୁ ଖବର ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଅଗସ୍ତିଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲା। ମୁଣ୍ଡ ଓ ହାତରେ ମାଡ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବୌଦ୍ଧ ମେଡିକାଲକୁ ପଠାଇଛି । ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।