ଟାଇଟନ୍‌ ବୁଡାଜାହାଜକୁ ସନ୍ଧାନ କରୁଥିବା ଉଦ୍ଧାରକାରୀଙ୍କ ଦାବି, ପାଣି ଭିତରୁ ଚିହ୍ନଟ ହୋଇଛି ଶଦ୍ଦ

ଓ୍ବାଶିଂଟନ୍‌,୨୧।୬: ବ୍ରିଟିଶ୍‌ ଜାହାଜ ଖୋଜିବାକୁ ଯାଇ ଟାଇଟନ୍‌ ନାମକୁ ବୁଡାଜାହାଜ ମଙ୍ଗଜବାର ନିଖୋଜ ହୋଇଯାଇଥିଲା। ତେବେ ଏହାକୁ ସନ୍ଧାନ କରୁଥିବା ଉଦ୍ଧାରକାରୀମାନେ ଖୋଜାଖୋଜି ସମୟରେ ପାଣି ଭିତରୁ ଶଦ୍ଦ ଶୁଣିବାକୁ ପାଇଛନ୍ତି। ଏନେଇ ବୁଧବାର ଆମେରିକାର ତଟରକ୍ଷୀ ବାହିନୀ ସ୍ପଷ୍ଟ କରିଛନ୍ତି। ତେବେ ଗତକାଲି ତଲାସି ସତ୍ତ୍ୱେ ଗଭୀର ସମୁଦ୍ରରେ ବୁଡାଜାହାଜର ଚିହ୍ନବର୍ଣ୍ଣ ମିଳି ନ ଥିବା ଆମେରିକାର ତଟରକ୍ଷୀ ବାହିନୀ ସୂଚନା ଦେଇଥିଲେ।

ଆମେରିକାର ତଟରକ୍ଷୀର ଫାଷ୍ଟ ଡିଷ୍ଟଟିକ୍ର ଏହାର ଅଫିସିଆଲ ଟ୍ବିଟରରେ ଏନେଇ ସୂଚନା ଦେଇଛନ୍ତି। ଟ୍ବିଟ୍‌ କରି କୁହାଯାଇଛି, କାନାଡାର ପି-୩ ବିମାନ ଯାଞ୍ଚ ସମୟରେ ଟାଇଟନ୍‌ ବୁଡିଥିବା ଅଞ୍ଚଳରେ ପାଣି ଭିତରେ ଶବ୍ଦ ଚିହ୍ନଟ କରିଛି। ଶବ୍ଦର ଉତ୍ପତ୍ତି ଖୋଜିବା ପାଇଁ ଆର୍‌ଓଭି(ଦୂରରୁ ପରିଚାଳିତ ଯାନ)କୁ ସେଠାକୁ ପଠାଯାଇଛି। ଆର୍‌ଓଭି ଦ୍ୱାରା ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରିନାହିଁ। କିନ୍ତୁ ଆମର ସନ୍ଧାନ ଜାରି ରହିଛି।

Share