ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ ଗୋଡ଼ାଉ ଥିବା ବେଳେ ହରିଣ ଛୁଆଟି ଯାଇପାରି ନ ଥିଲା। ଯୁବକମାନେ ଉଦ୍ଧାର କରି ବନ ବିଭାଗକୁୁ ଖବର ଦେଇଥିଲେ। ଜରଡ଼ା ଫରେଷ୍ଟ ଗାର୍ଡ ପ୍ରଦୀପ କୁମାର ସ୍ବାଇଁ ଓ ଅନ୍ୟମାନେ ହରିଣ ଛୁଆକୁ ପାତ୍ରପୁର ନେଇ ଚିକିତ୍ସା କରିଛନ୍ତି। ସୁସ୍ଥ ହେବା ପରେ ତାହାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଫରେଷ୍ଟର ଅଭିନାଶ ଚୌଧୁରୀ କହିିଛନ୍ତି।