ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ମୁଲଚାଲବେଳେ ମାଡିବସିଲା ବନବିଭାଗ

ନବରଙ୍ଗପୁର,୩।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର କୋଡଙ୍ଗା ବନାଞ୍ଚଳ ଅଧନସ୍ଥ ବାଗିନୀ ଗ୍ରାମ ନିକଟରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ କୋଷାଗୁମୁଡା ବ୍ଲକର ଜୁନାପାଣି ଗ୍ରାମର କମଳ ସିଂ ଗୌଡ଼। ବଜ୍ରକାପ୍ତାର ଓଜନ ପ୍ରାୟ ୮.୯୭୦ କିଲୋଗ୍ରାମ।

ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦ୍ଦେଶରେ କୋଡିଙ୍ଗା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନନ୍ଦ, ବନପାଳ ପ୍ରଭାତ ବିଷୋଇ, ବନରକ୍ଷୀ ଉମାଶଙ୍କର ପାଣିଗ୍ରୀ ଓ ଦୀପକ ପ୍ରଧାନ କୋଡିଙ୍ଗା ବନାଞ୍ଚଳର ପାରା ଷ୍ଟାଫ ଏବଂ ବନଖଣ୍ଡ ଅଧିକାରୀ ଗଠନ କରିଥିବା ଏକ ସତନ୍ତ୍ର ଟିମ ଗତକାଲି ରାତିରୁ ବିଶେଷ ସୂତ୍ରରୁ ଖବର ପାଇ ଜଗିଥିଲେ। ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ସମୟରେ ବଜ୍ରକାପ୍ତା ବିକ୍ରି ପାଇଁ ମୂଲଚାଲ ସମୟରେ ଅଭିଯୁକ୍ତଙ୍କୁ ଧରିବାକୁ ସକ୍ଷମ ହେଇଥିଲେ। ଅଭିଯୁକ୍ତଙ୍କଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ସହିତ ଗୋଟିଏ ମୋଟର ସାଇକେଲ ଏବଂ ଏକ ମୋବାଇଲ ଫୋନ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରାଟେ କଲର ବେଲ୍ଟ ପରୀକ୍ଷା: ୨୦ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ

ଲାଞ୍ଜିଗଡ଼,୧୩ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ବେଦାନ୍ତ କଲୋନୀ କ୍ଲବ ହାଉସଠାରେ କରାଟେ କଲର ବେଲ୍ଟ ପରୀକ୍ଷା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।...

ସିଦ୍ଧ ବାଙ୍କେଶ୍ବରୀଙ୍କ ଡିମ୍ବୁଳା ଯାତ୍ରା ଆରମ୍ଭ, ଯାତ୍ରା ପୀଠ ଲୋକାରଣ୍ୟ

ଦିଗପହଣ୍ଡି,୧୩ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ତତ୍କାଳୀନ ବଡଖେମୁଣ୍ଡି ଗଡ଼ ତଥା ଦିଗପହଣ୍ଡି ବ୍ଲକ ବଡଡିମ୍ବୁଳା ଗ୍ରାମରେ କେଉଁ ଆବହମାନ କାଳରୁ...

୧୭ରେ କୃଷକ ମହାପଞ୍ଚାୟତ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୭ତାରିଖରେ ବରଗଡ ଜିଲା ସୟାଁ ଖେଳ ପଡ଼ିଆରେ କୃଷକ ମହାପଞ୍ଚାୟତ ହେବ। ଏଥିପାଇଁ ଜିଲାର ସମସ୍ତ ଗାଁ ଗାଁରେ ଜୋରଦାର ପ୍ରସ୍ତୁତି...

ଓଡ଼ିଆ ଅସ୍ମିତା ପାଇଁ ଭାଜପା ୫୦ ବର୍ଷ ଶାସନ କରିବ: ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉଦ୍‌ଯାପିତ ଅବସରରେ ଏମିତି କହିଲେ ବିଧାୟକ

ଭଞ୍ଜନଗର,୧୩।୩(ବାବୁଲା ପ୍ରଧାନ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଭଞ୍ଜନଗର ନିକଟସ୍ଥ କୁଲାଡରେ ଦୁଇ ଦିନ ଧରି ଚାଲିଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ...

ବାଇକରେ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳେ ଧରିଲା ପୋଲିସ, ଯାଞ୍ଚବେଳେ ମିଳିଲା…

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଗୁରୁବାର ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ଜିଲା ଦୌରା...

ଗଞ୍ଜେଇ ସହ ଧରାପଡିବା ପରେ ମାରିଥିଲେ ଚମ୍ପଟ, ଗୋଡାଇ ଗୋଡାଇ ଧରିଲା ଅବକାରୀ

ଛତ୍ରପୁର, ୧୩।୩(ସନ୍ତୋଷ ପାଢ଼ୀ ): ଛତ୍ରପୁର ସ୍ଥିତ ଭ୍ରାମ୍ୟମାଣ ଅବକାରୀ ଟିମ ଗୁରୁବାର ଗଞ୍ଜାମ ବ୍ରିଜ ନିକଟରୁ ୮ କିଗ୍ରା ଗଞ୍ଜେଇ ସହ ଜଣଙ୍କୁ ଗିରଫ...

କନ୍ଧମାଳ ମହୋତ୍ସବ, ପଲ୍ଲୀଶ୍ରୀ ମେଳା-୨୦୨୫: ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ଅଞ୍ଚଳବାସୀ, ବ୍ଲକ କର୍ମଚାରୀ

ଦାରିଙ୍ଗବାଡି, ୧୩।୩ (ଅରୁଣ ସାହୁ ): ଆସନ୍ତା ୨୧ ଠାରୁ ୨୫ ପର୍ଯ୍ୟନ୍ତ ଫୁଲବାଣୀଠାରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା -୨୦୨୫ ହେବାକୁ ଯାଉଛି।...

ଜାତୀୟ ମାଷ୍ଟର ଗେମ୍ସ, ବିଦ୍ୟାଧରଙ୍କୁ ମିଳିଲା ସ୍ବର୍ଣ୍ଣ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ ଜିଲା ଅତାବିରା ବ୍ଲକ ଅଧୀନ କାଦୋବାହାଲ ଗ୍ରାମର ବିଦ୍ୟାଧର ସାହୁ କ୍ରୀଡ଼ାରେ ରେକର୍ଡ ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri