ନଣନ୍ଦେଇଙ୍କ ସହ ଘରୁ ଲୁଚି ପଳାଇ ଯାଇଥିଲେ ଶଳା ଭାଉଜ, କାହିଁକି ଡେଇଁଲେ କାଠଯୋଡ଼ିକୁ

କଟକ,୧୦।୮: ନଣନ୍ଦେଇଙ୍କ ସହ କାଠଯୋଡ଼ିକୁ ଶଳା ଭାଉଜ ଡେଇଁବା ଘଟଣା ଏବେ ଚଚ୍ଚାର ବିଷୟ ପାଲଟିଛି। ଶନିବାର ସକାଳୁ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନଦୀକୁ ଡେଇଁବା ପରେ ଉଭୟ ପୁରୀ ଘାଟ ଥାନା ନିକଟ କୂଳରେ ଲାଗିଥିଲେ। ଦୁଇ ଜଣଙ୍କୁ ପୁରୀ ଘାଟ ଥାନାକୁ ନିଆଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଶୁକ୍ରବାର ସାରେ କଟକ ତ୍ରିଶୁଳିଆ ବ୍ରିଜ ଉପରୁ କାଠଯୋଡ଼ିକୁ ଡେଇଁଥିଲେ କୃଷ୍ଣ ମୁଦୁଲି ଓ ବର୍ଷା ଲେଙ୍କା। ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଥିଲେ। ଅଭିଯୋଗ ଅନୁସାରେ କିଛିଦିନ ହେଲା ବାଙ୍କୀ ରାମଚଣ୍ଡୀ ଗାଁର ପ୍ରଦ୍ୟୁମ୍ନଙ୍କ ସ୍ତ୍ରୀ ବର୍ଷା କଟକ ନିମସାହି ଅଞ୍ଚଳରେ କୃଷ୍ଣଙ୍କୁ ପ୍ରେମ କରୁଥିଲେ । ତେବେ କୃଷ୍ଣ ସମ୍ପର୍କରେ ହେଉଛନ୍ତି ବର୍ଷାଙ୍କ ନଣଦେଇ । ଉଭୟ ଦୁଇ ମାସ ତଳେ ଘରୁ ଚାଲି ଯାଇଥିଲେ । କାଲି ଉଭୟ କାଠଯୋଡ଼ିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ କାରଣରୁ ଉଭୟ ଏଭଳି ନିଷ୍ପତ୍ତି ନେଇଥିଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।