ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର, ବାଘ ଆକ୍ରମଣ ସନ୍ଦେହ

କେନ୍ଦୁଝର,୨।୨ (ସ୍ବ.ପ୍ର.): ପାଟଣା ରେଞ୍ଜ ଅନ୍ତର୍ଗତ ଭୀମକୁଣ୍ଡ ଅଞ୍ଚଳରେ ବାଘ ଆତଙ୍କ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। ଗୁରୁବାର ରୋହିନିଦୁମା ଗ୍ରାମର ଜଣେ ବ୍ୟକ୍ତି ଯାମୁଳିବେଡା ହାଟରୁ ସାରେ ଫେରୁଥିବା ବେଳେ ବାଘ ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କର ବେକରେ କ୍ଷତ ହୋଇଥିବା ବେଳେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତେବେ ପ୍ରକୃତରେ ବାଘ କିମ୍ବା ଅନ୍ୟ କୌଣସି ଜନ୍ତୁ ଆକ୍ରମଣ କରିଛି ତାହା ସଠିକ୍‌ ଜଣା ପଡ଼ି ନ ଥିଲେ ମଧ୍ୟ ବାଘ ଆକ୍ରମଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏଣୁ ଏ ନେଇ ବନ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ବାଘଟି ଚାଲି ଆସିଥିବା ସନ୍ଦେହ କରାଯାଉଛି।

Share