ଡେରାଡୁନ୍,୯।୨: ଉତ୍ତରାଖଣ୍ଡ ଚାମୋଲିରେ ଘଟିଥିବା ହିମସ୍ଖଳନ ବିତ୍ପାତ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିିରେ ଜାରି ରହିଛି। ତେବେ ତପୋବନ ଟନେଲରେ ଅଟକିଥିବା ଲୋକଙ୍କ ପାଖରେ ପହଞ୍ଚିବାରେ ଉଦ୍ଧାରକାରୀ ଦଳ ଅସଫଳ ହୋଇଛନ୍ତି। ଏଠାରେ ମାଟି କାଦୁଅ ଏବଂ ପାଣି ଜମି ରହିଥିବାରୁ ଟନେଲରେ ପ୍ରବେଶ କରିବା ସମ୍ଭବ ହୋଇ ନାହିଁ। ଏବେ ଅନ୍ୟ ପାର୍ଶ୍ୱରେ ଥିବା ରାସ୍ତାର ସନ୍ଧାନ କରାଯାଉଛି। ଟନେଲରେ ୩୫ ଜଣ ଲୋକ ଅଟକି ରହିଥିବା ଆଶଙ୍କା କରାଯାଉଛି। ସେହିପରି ୧୭୧ ଜଣ ନିଖୋଜଙ୍କର କୌଣସି ଖୋଜ ଖବର ମଧ୍ୟ ମିଳି ନାହିଁ।