ଲଣ୍ଡନ,୧୧।୬: ଇଂଲଣ୍ଡର ଏକ ରାଜକୀୟ ଯୁଦ୍ଧ ଜାହାଜ ଶୁକବ୍ରାର ଠାବ କରାଯାଇଛି। ଯାହା ବ୍ରିଟେନର ପୂର୍ବତଟରେ ୩୦୦ ବର୍ଷ ପୂର୍ବେ ବୁଡ଼ିଯାଇଥିବା ବେଳେ ଶୁକ୍ରବାର ସମୁଦ୍ରବୁଡ଼ାଳିଙ୍କ ଦ୍ୱାରା ଠାବ କରାଯାଇଥିବା ସୂଚନା ରହିଛି। ଜାହାଜର ନାମ ‘ଦ ଗ୍ଲୋଉସେଷ୍ଟର’।୧୬୮୨ ଖ୍ରୀଷ୍ଟାବ୍ଦରେ ଜେମ୍ସ ଦ୍ୱିତୀୟ ୟର୍କର ଶାସକ ଥିବା ବେଳେ ଜାହାଜଟି ବୁଡିଯାଇଥିଲା। ତେବେ ଘଟଣା ସମୟରେ ଜେମ୍ସ ଦ୍ୱିତୀୟ ଉକ୍ତ ଜାହାଜରେ ଉପସ୍ଥିତ ଥିଲେ। ଜାହାଜ ବୁଡ଼ିବା ସମୟରେ ସେ କୌଶଳବଶତଃ ନିଜ ପ୍ରାଣ ରକ୍ଷା କରି ସେଥିରୁ ବାହାରି ଆସିଥିଲେ। କିନ୍ତୁ ଇଂଲଣ୍ଡ ପୂର୍ବତଟରେ ଏକ ବିଶାଳ ବାଲିବନ୍ଧରେ ଧକ୍କା ହେବା ଫଳରେ ଜାହାଜଟି ବୁଡ଼ିଯାଇଥିଲା। ଦୁର୍ଘଟଣାରେ ୧୩୦ରୁ ୨୫୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ୪ବର୍ଷର ରିସର୍ଚ୍ଚ ପରେ ୨୦୦୭ରେ ଡାଇଭିଂ ବ୍ରଦର୍ସ ଜୁଲିଆନ ଓ ଲିନ୍କୋଲନ ବାର୍ନଓ୍ବେଲ୍ ଗ୍ରେଟ୍ ୟାରମାଉଥ୍ର ତଟରେ ପ୍ରାୟ ୪୫ କିଲୋମିଟର ଗଭୀର ଭିତରେ ଜାହାଜଟି ଥିବା ସେମାନେ କହିଥିଲେ।