Categories: ଜାତୀୟ

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତି

ନୂଆଦିଲ୍ଲୀ,୨୯।୭: ମେଡିକାଲ ପାଠ ପଢା ପାଇଁ ଆଗ୍ରହୀ ଛାତ୍ରୀଛାତ୍ରଙ୍କୁ ବଡ ଉପହାର ଦେଇଛନ୍ତି ମୋଦି ସରକାର। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି ଯେ ଚଳିତ ଶିକ୍ଷାବର୍ଷରୁ ସ୍ନାତକୋତ୍ତର ଏବଂ ସ୍ନାତକୋତ୍ତର ମେଡିକାଲ / ଡେଣ୍ଟାଲ ପାଠ୍ୟକ୍ରମ ପାଇଁ ଅଲ ଇଣ୍ଡିଆ କୋଟା ଯୋଜନାରେ ଓବିସି ପାଇଁ ୨୭% ସଂରକ୍ଷଣ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀପାଇଁ ୧୦% ସଂରକ୍ଷଣ ପ୍ରଦାନ କରିବାକୁ ଆମ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଅଲ ଇଣ୍ଡିଆ କୋଟା ସ୍କିମ (ଏଆଇକ୍ୟୁ) ଅଧୀନରେ ଥିବା କୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନ ଏହାର ଲାଭ ନିଆଯାଇପାରିବ। ପୂର୍ବରୁ ଏହା କେନ୍ଦ୍ରର ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟକାରୀ ହୋଇଛି। ଏହି ସ୍କିମ୍‌ ୨୦୨୧-୨୨ରୁ କାର୍ଯ୍ୟକାରୀ ହେବ। ପାଖାପାଖି ୫,୫୦୦ ଛାତ୍ରୀଛାତ୍ର ଏହାର ଲାଭ ଉଠାପାରିବେ। ପ୍ରତିବର୍ଷ ୧୫୦୦ ଓବିସି(ଏମ୍‌ବିବିଏସ୍‌)ଏବଂ ୨୫୦୦ ଓବିସି ଛାତ୍ରୀଛାତ୍ର ପୋଷ୍ଟଗ୍ରାଜୁଏସନରେ ଲାଭ ପାଇବେ। ସେହିପରି ପ୍ରତିବର୍ଷ ୫୫୦ ଆର୍ଥିିକ ଦୁର୍ବଳ ଶ୍ରେଣୀ ଛାତ୍ରୀଛାତ୍ର ଏବଂ ପୋଷ୍ଟଗ୍ରାଜୁଏସନରେ ୧୦୦୦ ଆର୍ଥିିକ ଦୁର୍ବଳ ଶ୍ରେଣୀ ଛାତ୍ରୀଛାତ୍ର ଲାଭ ପାଇବେ।

Share