Categories: ଜାତୀୟ

କେରଳରେ ନର୍ସିଂ ପାଠ୍ୟକ୍ରମରେ କିନ୍ନର ଶିକ୍ଷାର୍ଥୀମାନଙ୍କ ପାଇଁ ସଂରକ୍ଷଣ…

ଥିରୁଭାନନ୍ତପୁମର,୨୭।୭ : କେରଳରେ ନର୍ସିଂ ଅଧ୍ୟୟନ ଲାଗି ଟ୍ରକିନ୍ନର ଶିକ୍ଷାର୍ଥୀମାନଙ୍କ ପାଇଁ ସରକାର ସଂରକ୍ଷଣ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ବି.ଏସ.ସି ନର୍ସିଂ ଏବଂ ଜେନେରାଲ ନର୍ସିଂ ପାଠ୍ୟକ୍ରମରେକିନ୍ନର ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରତ୍ୟେକ ଗୋଟିଏ ସିଟ ସଂରକ୍ଷିତ ରହିବ।

ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ନର୍ସିଂ କ୍ଷେତ୍ରରେ କିନ୍ନର ଶିକ୍ଷାର୍ଥୀମାନଙ୍କ ସଂରକ୍ଷଣ ଦିଆଯାଇଛି। ବଞ୍ଚିତ ସମ୍ପ୍ରଦାୟର ଉନ୍ନତି ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ଏବଂ ଏହି ସଂରକ୍ଷଣ ଏହି ପଦକ୍ଷେପର ଏକ ଅଂଶ।

Share