ଓଏଏସ୍‌ ଅଫିସରସ୍ତରରେ ବଦଳି: ଆଶିଷ କୁମାର ଜେନାଙ୍କୁ ଯୁଗ୍ମ ଏସ୍‌ଆର୍‌ସି ଦାୟିତ୍ୱ

ଭୁବନେଶ୍ୱର, ୨୨।୮(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ମଙ୍ଗଳବାର ଓଏଏସ୍‌ ଅଫିସର ସ୍ତରରେ ବଦଳି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜସ୍ବ ଅଧିକାରୀ ପ୍ରଶିକ୍ଷଣ ସଂସ୍ଥାନ(ରୋଟି) ଯୁଗ୍ମ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍‌ ଅଫିସର ଆଶିଷ କୁମାର ଜେନାଙ୍କୁ ଯୁଗ୍ମ ଏସ୍‌ଆର୍‌ସି(ସ୍ବତନ୍ତ୍ର ରିଲିଫ କମିଶନର) ଭାବେ ବଦଳି କରାଯାଇଛି। ସେହିପରି ବରିଷ୍ଠ ଓଏଏସ୍‌ ଅଫିସର ବୈତୁରା ଦୀପଙ୍କୁ ରୋଟି ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କର ଖୋର୍ଦ୍ଧା ଜିଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳିକୁ ବାତିଲ କରାଯାଇଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଓଏସ୍‌ଡି ଭାବେ କାର୍ଯ୍ୟରତ ଓଏଏସ୍‌ ଅଫିସର ସରିତା ପ୍ରଧାନଙ୍କୁ ଉପନିର୍ଦ୍ଦେଶକ,ନିଯୁକ୍ତି(ପ୍ରଶାସନ) ଭାବେ ବଦଳି କରାଯାଇଛି। ବଲାଙ୍ଗୀର ଜିଲା ତୁଷୁରା ତହସିଲଦାର ରବୀନ୍ଦ୍ର କୁମାର ପଟେଲଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓଏସ୍‌ଡି ଏବଂ ଢେଙ୍କାନାଳ ଜିଲା ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁଙ୍କୁ ମିଶନ ଶକ୍ତି ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି।

Share