ଆବାସିକ ପୁନଃ ଥଇଥାନ

ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାର ଜୀବନରେ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥା’ନ୍ତି। ଅସୁସ୍ଥତା ସମୟରେ ବ୍ୟକ୍ତିକୁ କେବଳ ଯେ ନୂଆ କୌଶଳ ଶିଖିବାରେ ଅସୁବିଧା ହୋଇ ନ ଥାଏ ବରଂ ନିଜ ପାଖରେ ଥିବା ଦୈନନ୍ଦିନ ଜୀବନଚର୍ଯ୍ୟା, ଭାବର ଆଦାନପ୍ରଦାନ ଏବଂ ସାମାଜିକ କୌଶଳ ହରାଇବାର ସମ୍ଭାବନା ଥାଏ। ଚିକିତ୍ସାସେବା ବ୍ୟକ୍ତିର ଅସୁସ୍ଥତାର ଲକ୍ଷଣଗୁଡ଼ିକୁ କମ୍‌ କରିଥାଏ କିନ୍ତୁ ଅସୁସ୍ଥତାର ଫଳସ୍ବରୂପ ହରାଇଥିବା କୌଶଳଗୁଡ଼ିକ ଫେରିପାଏ ନାହିଁ। ତେଣୁ ମାନସିକ ଅସୁସ୍ଥ ବ୍ୟକ୍ତିକୁ ସମାଜରେ ସାମିଲ ପାଇଁ ସେ ହରାଇଥିବା କୌଶଳକୁ ଫେରାଇ ଆଣିବା ଜରୁରୀ।
ଅନେକ ସମୟରେ ମାନସିକ ଅସୁସ୍ଥ ବ୍ୟକ୍ତିଟି ଧୀରେ ଧୀରେ ଗୋଷ୍ଠୀରୁ ଦୂରେଇ ଯାଇଥାଏ। ଫଳରେ ତା’ଭିତରେ ଏକାକିତ୍ୱବୋଧ, ଚିଡ଼ିଚିଡ଼ା ହେବା ଏବଂ ବିରୋଧାଭାବ ମାନସିକତା ଦେଖାଯାଏ। ଉପଚାରାତ୍ମକ ସମୁଦାୟର ସହଯୋଗ ଫଳରେ ମାନସିକ ଅସୁସ୍ଥ ବ୍ୟକ୍ତିଟି ଅନ୍ୟମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ସହିତ ସ୍ବ-ନିୟନ୍ତ୍ରିତ ହୋଇଥାଏ ଏବଂ ଯେଉଁମାନେ ଆହ୍ବାନର ସମ୍ମୁଖୀନ ହେଉଛନ୍ତି ତାଙ୍କୁ ସାହାଯ୍ୟରେ ସହାୟକ ହୁଏ। ଆବାସିକ ଶିବିରରେ ରହିବା ଦ୍ୱାରା ନିଜ ନିଜ ଭିତରେ ସମ୍ପର୍କ ସ୍ଥାପନ, ଭାବର ଆଦାନପ୍ରଦାନ ଏବଂ ପରସ୍ପର ସହଯୋଗ ସୁସ୍ଥତା ଆଡ଼କୁ ନେଇଯାଇଥାଏ। ଜଣେ ଅସୁସ୍ଥ ବ୍ୟକ୍ତି ତା’ର ହରେଇଥିବା ଦକ୍ଷତାକୁ ଫେରାଇ ଆଣିବାରେ ସକ୍ଷମ ହୋଇଥାଏ ଏବଂ ସମାଜରେ ସମ୍ମାନର ସହିତ ସାମିଲ ହେବାକୁ ସହଜ ହୋଇଥାଏ। ଏହି ଶିବିର ମାନସିକ, ଆବେଗିକ ଏବଂ ବୌଦ୍ଧିକ ବିକାଶରେ ସାହାଯ୍ୟ କରିଥାଏ, ଯାହାକି ଅସୁସ୍ଥ ବ୍ୟକ୍ତିକୁ ଶିଖିବା, ଗୋଷ୍ଠୀରେ କାମ କରିବାରେ ସହଜ ହୋଇଥାଏ। ଶିବିରରେ ଗୋଟିଏ ପରିବାର କେବଳ ନିଜର ବିକାଶରେ ଦାୟୀ ହୋଇ ନ ଥାଏ ବରଂ ଅନ୍ୟର ପରିବାରର ବିକାଶର ମଧ୍ୟ ଦାୟିତ୍ୱ ନେଇଥାଏ।
ଆବାସିକ ଶିବିରରେ ମାନସିକ ଅସୁସ୍ଥ ବ୍ୟକ୍ତି, ସେମାନଙ୍କର ପରିବାର, ସ୍ବେଚ୍ଛାସେବୀ, ସଂଗଠନ କାର୍ଯ୍ୟକର୍ତ୍ତା, ଗୋଷ୍ଠୀ ଏବଂ ସ୍ବାସ୍ଥ୍ୟକର୍ମୀମାନେ କିପରି ମାନସିକ ଅସୁସ୍ଥ ବ୍ୟକ୍ତିକୁ ସମାଜରେ ସାମିଲ ସକାଶେ ସାହାଯ୍ୟ କରିପାରିବେ ତାହା ଉପଲବ୍ଧି କରିଥା’ନ୍ତି। ସମସ୍ତେ ପାଞ୍ଚଦିନ ଧରି ଗୋଟିଏ ସ୍ଥାନରେ ଏକ ଗୋଷ୍ଠୀ ଭାବରେ ବାସକରି, ବିଭିନ୍ନ ଦାୟିତ୍ୱକୁ ନିଜ ନିଜ ମଧ୍ୟରେ ବ୍ୟକ୍ତିଗତ ଏବଂ ଦଳଗତ ଭାବରେ ସମ୍ପାଦନ କରିଥାନ୍ତି। ସମସ୍ତେ ମିଶି ମାନସିକ ଅସୁସ୍ଥ ବ୍ୟକ୍ତିକୁ ଶିଖିବାରେ ସାହାଯ୍ୟ କରନ୍ତି। ଏହି ପ୍ରକ୍ରିୟା ମାନସିକ ଅସୁସ୍ଥ ବ୍ୟକ୍ତିକୁ କାମ କରିବାକୁ ଉତ୍ସାହିତ କରିଥାଏ । ଶିବିରରେ ଅଂଶଗ୍ରହଣ କରୁଥିବା ସ୍ବେଚ୍ଛାସେବୀ ଏବଂ କର୍ମକର୍ତ୍ତାମାନେ ଏକୀକରଣର ଅଭିଜ୍ଞତା ହାସଲ କରିବା ଦ୍ୱାରା ସେମାନଙ୍କୁ ଅନ୍ୟ ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାରକୁ ସାହାଯ୍ୟ ସମୟରେ ସହାୟକ ହୁଏ।
ପୁନଃ-ଥଇଥାନ ଶିବିରରେ ମୁଖ୍ୟତଃ ପ୍ରାର୍ଥନା, ଯୋଗ, ପ୍ରାଣାୟାମ, ହାଲୁକା ବ୍ୟାୟାମ, ଦଳଗତ ଆଲୋଚନା, ଦୈନନ୍ଦିନ କାର୍ଯ୍ୟ ଶିଖିବାରେ ସହଯୋଗ, ସାମାଜିକ କୌଶଳ, ଜୀବନ କୌଶଳ, ବୃତ୍ତିଗତ ତାଲିମ, ହାସ୍ୟ କାର୍ଯ୍ୟକ୍ରମ, ବ୍ୟକ୍ତିଗତ ଏବଂ ପରିବାର ପରାମର୍ଶ ସେବା ଯୋଗାଇ ଦିଆଯାଇଥାଏ। ଉପରୋକ୍ତ କାର୍ଯ୍ୟ ଗୋଷ୍ଠୀ ମାଧ୍ୟମରେ ହୁଏ। ଫଳରେ ଅସୁସ୍ଥ ବ୍ୟକ୍ତିଟି ଗୋଷ୍ଠୀରେ ସାମିଲ ହେବାର ସୁଯୋଗ ପାଏ। ଚିତ୍ତ ବିନୋଦନ ପାଇଁ ଭ୍ରମଣ, ସ୍ବତନ୍ତ୍ର ତାଲିମ, ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସଚେତନତା ଶିବିର, ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ବିଭିନ୍ନ ଯୋଜନାରେ ସାମିଲ କାର୍ଯ୍ୟକ୍ରମ କରାଯାଇଥାଏ। ଜୀବନଜୀବିକା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା, ଆର୍ଥତ୍କ ସାକ୍ଷରତା ଇତ୍ୟାଦି ମଧ୍ୟ ସାମିଲ କରାଯାଇ ପାରିବ। ରୋଗ ନିବାରଣ ସହିତ ମନୋ-ସାମାଜିକ କାର୍ଯ୍ୟକ୍ରମ ଅସୁସ୍ଥ ବ୍ୟକ୍ତି ଏବଂ ପରିବାରକୁ ପରବର୍ତ୍ତୀ ସମୟରେ ଅଭ୍ୟାସ ପାଇଁ ସାହାଯ୍ୟ କରିଥାଏ। ଏହି ଶିବିର ଅସୁସ୍ଥ ବ୍ୟକ୍ତିର ଗୁଣାତ୍ମକ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାଏ।
ମନୋସାମାଜିକ ଆବାସିକ ପୁନଃ ଥଇଥାନ ଶିବିର ଏକ ବହୁମୁଖୀ ଉପଚାର ଭଳି କାମ କରିଥାଏ। ଏହି ଶିବିର କେବଳ ମାନସିକ ରୋଗର ଉପଚାର ନୁହେଁ, ଏହା ଅସୁସ୍ଥ ବ୍ୟକ୍ତିର ଅନ୍ୟାନ୍ୟ ଦକ୍ଷତା, ବୃତ୍ତିଗତ ତାଲିମ, ପରିବାର ଓ ଗୋଷ୍ଠୀ ଲୋକଙ୍କୁ ମାନସିକ ରୋଗ ଏବଂ ଗ୍ରହଣୀୟତା ବିଷୟରେ ସଚେତନ କରିବା ଲକ୍ଷ୍ୟ ରଖେ।
ଆବାସିକ ଶିବିର ମାନସିକ ଅସୁସ୍ଥ ବ୍ୟକ୍ତିକୁ ସ୍ବାଧୀନ ଭାବରେ ନିଜ କାମ ନିଜେ କରିବାକୁ ସକ୍ଷମ ହେବାର କୌଶଳ ଶିଖେଇଥାଏ। ପରିବାର ଲୋକ, ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା କରିବାର କୌଶଳ ସହିତ ଅନ୍ୟାନ୍ୟ ଜୀବନ କୌଶଳ ହାସଲ କରିଥାଏ। ମାନସିକ ଅସୁସ୍ଥ ବ୍ୟକ୍ତିମାନେ ଜୀବନସାରା ଘରେ, ଗାଁରେ, କର୍ମକ୍ଷେତ୍ରରେ ଅନେକ ଘୃଣା ଏବଂ ବାଛବିଚାରର ଶିକାର ହୋଇଥା’ନ୍ତି। ଏହି ଘୃଣ୍ୟଭାବ ବଢ଼ିବା ଫଳରେ ମାନସିକ ଅସୁସ୍ଥତା ବଢ଼େ ଏବଂ ସୁସ୍ଥତାରେ ବିଳମ୍ବ ହୋଇଥାଏ। ପରବର୍ତ୍ତୀ ସମୟରେ ଅସୁସ୍ଥତା କମିବା ପରେ ମଧ୍ୟ ଘୃଣାଭାବ ଯୋଗୁ ବ୍ୟକ୍ତିଟି ବୃତ୍ତିଗତ ସୁଯୋଗ ପାଏନାହିଁ, ଫଳରେ ପରିବାରରେ ଆର୍ଥିକ ବୋଝ ବଢ଼େ। ନିଜେ ଆୟକରି ପରିବାରକୁ ଆର୍ଥିକ ସହଯୋଗ କରିପାରୁଥିବା ବ୍ୟକ୍ତିର ସମ୍ମାନ ସମାଜରେ ଅଧିକ ହୋଇଥାଏ। ଅସୁସ୍ଥ ବ୍ୟକ୍ତିର ବୃତ୍ତିର ସ୍ଥାୟିତ୍ୱ ସବୁବେଳେ ବ୍ୟକ୍ତିର ଲକ୍ଷଣ, ସ୍ବାସ୍ଥ୍ୟର ଯତ୍ନ, ଆତ୍ମସମ୍ମାନ ଏବଂ ଆତ୍ମତୃପ୍ତି ଉପରେ ନିର୍ଭରକରେ। ପରିବାର ଏବଂ ଗୋଷ୍ଠୀର ସହଯୋଗ ଫଳରେ ଅସୁସ୍ଥ ବ୍ୟକ୍ତିର ଆତ୍ମବିଶ୍ୱାସ ବଢ଼ିବା ସହିତ ସେ ଅସୁସ୍ଥତାଜନିତ ଆହ୍ବାନକୁ ମୁକାବିଲା କରିବାକୁ ସକ୍ଷମ ହୋଇଥାଏ।
ସମୟାନ୍ତରରେ ଆବାସିକ ଶିବିର ଆୟୋଜନ କରାଯାଉଛି। ଏହି ଶିବିରରୁ ପ୍ରତ୍ୟାବର୍ତ୍ତନ ପରେ ଶିଖିଥିବା ଉପାୟଗୁଡ଼ିକୁ ନିୟମିତ ଅଭ୍ୟାସ କରିବା ଆବଶ୍ୟକ। ଏଥିରେ ଅଂଶଗ୍ରହଣ କରୁଥିବା କର୍ମକର୍ତ୍ତାମାନେ ସହଯୋଗୀ ବାତାବରଣ ସୃଷ୍ଟି କରିବା ଉଚିତ୍‌। ଯାହାଦ୍ୱାରା ପରିବାରର ମାନସିକ ଅସୁସ୍ଥତା ପ୍ରତି ଥିବା ନକାରାତ୍ମକ ମନୋଭାବ ସକାରାତ୍ମକ ମନୋଭାବରେ ପରିବର୍ତ୍ତନ ହୋଇପାରିବ। ଏଭଳି ଆବାସିକ ଶିବିରର ବହୁସଂଖ୍ୟାରେ ଆୟୋଜନ କରିବାର ଆବଶ୍ୟକତା ରହିଛି। ଏହାକୁ ଜିଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ମାନସିକ ସ୍ବାସ୍ଥ୍ୟ ବିଭାଗ ମାଧ୍ୟମରେ କରିବାର ସୁଯୋଗ ରହିଛି। ଏହା ସରକାରୀ, ବେସରକାରୀ ଏବଂ ସି.ଏସ୍‌.ଆର. ସହଯୋଗରେ କରାଯାଇପାରିବ। ଏଥିପାଇଁ କେବଳ ମାନସିକ ସ୍ବାସ୍ଥ୍ୟ କର୍ମକର୍ତ୍ତା ନୁହେଁ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଗୋଷ୍ଠୀ ଆଗକୁ ଆସିବା ଦରକାର।

  • ରାଜୀବ କର୍ମି
    ମୋ:୮୩୨୮୮୪୮୧୪୫

Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri