ସମସ୍ୟାରେ ଦିନ କାଟୁଛନ୍ତି ୪ ଓ୍ବାର୍ଡ ବାସିନ୍ଦା

ସୁନାବେଡ଼ା,୩ା୩(ସ୍ବ.ପ୍ର.): ବାଜିସାରିଛି ପୌରାଞ୍ଚଳ ନିର୍ବାଚନ ବିଗୁଲ। ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାରେ ଚଳୁଥିବା ସୁନାବେଡ଼ା ପୌରବାସୀ ଜବାବ ଦେବାକୁ ସଜବାଜ ହେଲେଣି। ଦୀର୍ଘ ବର୍ଷ ହେଲା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପୌରାଞ୍ଚଳର ହାଲ୍‌ ଟାଉନଶିପ ବାସିନ୍ଦା। ହାଲ୍‌ ଟାଉନଶିିପ ହାଲ୍‌ ଅଧୀନରେ ଥିଲେ ମଧ୍ୟ ଏଠାରେ ପୌର ପରିଷଦର ୮ଟି ୱାର୍ଡ ରହିଛି। ୧୦ ରୁ ଆରମ୍ଭ କରି ୧୭ ପର୍ଯ୍ୟନ୍ତ ରହିଥିବା ଏହି ୱାର୍ଡଗୁଡିକ ମଧ୍ୟରୁ ୧୧,୧୨,୧୪ ଓ ୧୭ ନଂ. ୱାର୍ଡ ବାସିନ୍ଦା ନାହିଁ ନ ଥିବା ସମସ୍ୟାରେ ଦିନ କାଟୁଛନ୍ତି। ଯାତାୟାତ ଲାଗି ରାସ୍ତା ହେଉଛି ଓ୍ବାର୍ଡବାସୀଙ୍କ ମୁଖ୍ୟ ସମସ୍ୟା। ସି ଜୋନ୍‌ରୁ ଡି ଜୋନ୍‌ ରାସ୍ତା ,ମିଲନ ମାର୍କେଟରୁ ଜି ଜୋନ୍‌ ରାସ୍ତା, ଏଡିଏଭି ହାଇସ୍କୁଲ ରାସ୍ତା, ଜି ଜୋନ୍‌ ପାର୍କ ରାସ୍ତା, ହାଲ୍‌ ମେଡିକାଲଠାରୁ ଏବି ଜୋନ୍‌ ରାସ୍ତା, ବି ଜୋନ୍‌ ତାରିଣୀ ମନ୍ଦିର ରାସ୍ତା , ନର୍ସରି ଡିଅର ପାର୍କରୁ କେ ଜୋନ୍‌ ରାସ୍ତା,ଜେ ଜୋନ୍‌ରୁ ଆର୍‌, ଆର୍‌ଏ, କ୍ୟୁ ,କ୍ୟୁଏ ଜୋନ୍‌କୁ ସଂଯୋଗ ରାସ୍ତା, ବସ୍‌ଷ୍ଟାଣ୍ଡରୁ ଆର୍‌ ଜୋନ୍‌ ଏବଂ ସିସିବିଏଫ୍‌ ଫାର୍ମ ରାସ୍ତା, ଏଲ୍‌ ଜୋନ୍‌ ରାସ୍ତା, ଭିଏସ୍‌ ବିଦ୍ୟାଳୟ ରାସ୍ତା, ହାଲ୍‌ ସିକ୍ୟୁରିଟି ପୋଲିସ ଫାଣ୍ଡି ରାସ୍ତା, ଷ୍ଟାଡିୟମରୁ ଫିଲ୍ମ ହଲ୍‌ ଏବଂ ଭିଏସ୍‌ ବିଦ୍ୟାଳୟ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ହାଲ୍‌ ଓ ପୌର ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁ ଏହି ରାସ୍ତାଗୁଡିକ ଦୀର୍ଘଦିନ ହେଲା ମରଣଯନ୍ତା ପାଲଟିଛି। ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହି ରାସ୍ତାଗୁଡିକ ମରାମତି ପାଇଁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡାରେ ହାଣି ଦେଇଗଲେ…

ଜୟପୁର,୩୧ା୩(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ସଦର ଥାନା ଅଞ୍ଚଳରେ ଜଣଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଫାମ୍ପୁଣିର ପଦ୍ମନ ହରିଜନ। ମିଳିଥିବା ସୂଚନା...

୨ ସୁଟକେଶରୁ ମିଳିଲା ୩୦ କେଜି ଗଞ୍ଜେଇ ଜବତ: ୩ ଗିରଫ

କୋରାପୁଟ,୩୧।୩(ଅମିତାଭ ବେହେରା): କୋରାପୁଟ ରେଳବାଇ ଷ୍ଟେଶନରେ ସୋମବାର ସକାଳେ ଜିଆରପି ଏବଂ ଆରପିଏଫ ପକ୍ଷରୁ ଦୁଇଟି ଟ୍ରେନରେ ତଲାସୀ ପରେ ସୁଟକେସରେ ଗଞ୍ଜେଇ ଥିବା ଦେଖିବାକୁ...

ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ

କୋରାପୁଟ/ସେମିଳିଗୁଡା/ସୁନାବେଡା/କୋଟପାଡ଼,୨୯ା୩(ଅମିତାଭ ବେହେରା/ ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ/କେ.ରାଜଶେଖର ରାଓ): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ କୁମାର ମହାପାତ୍ର ସଭାପତି ନିର୍ବାଚିତ...

କୋରାପୁଟ ଓକିଲ ସଂଘ ନିର୍ବାଚନ: ସଭାପତି ପଦବୀ ଲାଗି ଚାଲିଛି ମତଦାନ

କୋରାପୁଟ,୨୯।୩(ଅମିତାଭ ବେହେରା): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ସକାଳ ୮ ଟାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ...

କୋଟିଆରେ ଆନ୍ଧ୍ର କରୁଛି E-KYC, ଓଡ଼ିଶା ବ୍ଲକ ପ୍ରଶାସନ ନିକଟରେ ନାହିଁ ଖବର

ପଟ୍ଟାଙ୍ଗି,୨୯ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମବାସୀଙ୍କ ନିକଟରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସରକାରୀ କର୍ମଚାରୀ...

ଡିଜିପି ପୋଲିସ ଡିସ୍କ ସମ୍ମାନ ପାଇବେ ମନୋବ୍ରତା

କୋରାପୁଟ,୨୮।୩(ଅମିତାଭ ବେହେରା): ପୋଲିସ ଚାକିରୀରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ଆସନ୍ତା ଏପ୍ରିଲ ପହିଲାରେ ହେବାକୁ ଥିବା ୯୦ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସରେ...

ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି ସୁପରଭାଇଜର

କୋରାପୁଟ,୨୭।୩( ଅମିତାଭ ବେହେରା): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଅଙ୍ଗନଓ୍ବାଡି କେନ୍ଦ୍ରରେ ନୂତନ କରି ଯୋଗ ଦେଇଥିବା ଜଣେ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା...

ଗଞ୍ଜେଇ ଚାଲାଣ ବେଳେ ପୋଲିସକୁ ଗୁଳି, ୮ ଗିରଫ

ଜୟପୁର,୨୬।୩(ପବନ ପାଣିଗ୍ରାହୀ): ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ କଞ୍ଜେଇ ମାଳିଗୁଡା ରାସ୍ତାରେ ମଙ୍ଗଳବାର ଚଢ଼ାଉକରି ୮ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image