୫ ବର୍ଷ ହେଲା ବସ୍‌ ଅପେକ୍ଷାରେ ନଗଡ଼ାବାସୀ

ଯାଜପୁର,୭ା୯(ହର୍ଷବର୍ଦ୍ଧନ ବେହେରା)ଶିଶୁ ଅପପୁଷ୍ଟି ପାଇଁ ଚର୍ଚ୍ଚିତ ଯାଜପୁର ଜିଲା ନଗଡ଼ାକୁ ବସ୍‌ ସେବା ପ୍ରତିଶ୍ରୁତି ଫସରଫାଟିଛି। ୨୦୧୭ ଅଗଷ୍ଟ ୧୧ରେ ନଗଡ଼ାବାସୀଙ୍କ ସମେତ ଆଖପାଖ ଜନସାଧାରଣଙ୍କ ପାଇଁ ବସ୍‌ ଚଳାଚଳ ଆରମ୍ଭ ହୋଇଥିଲା। ଦାନଗଦିଠାରେ ବିଧାୟକ ତଥା ବର୍ତ୍ତମାନର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ଉପସ୍ଥିତିରେ ମା’ ନାମକ ଏକ ବେସରକାରୀ ବସ୍‌କୁ ଭବ୍ୟ ସମାରୋହରେ ଉଦ୍‌ଘାଟନ କରାଯାଇଥିଲା। ମାସେ ପର୍ଯ୍ୟନ୍ତ ବସ୍‌ଟି ସୁରୁଖୁରୁରେ ଚାଲିଥିଲା। ଏହି କ୍ରମରେ ଜୁଆଙ୍ଗ ଆଦିବାସୀମାନେ ବସ୍‌ ଯୋଗେ ଯାତାୟାତରେ କିଛିକାଂଶରେ ଅଭ୍ୟସ୍ତ ହୋଇପଡ଼ିଥିଲେ। ହେଲେ ଯାନ୍ତ୍ରିକ ତ୍ରୁଟି କାରଣରୁ ବସ୍‌ଟି ଆଉ ନଗଡ଼ାକୁ ଗଡ଼ି ନ ଥିଲା। ଏହାକୁ ୫ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ହେଲେ ବସ୍‌ଟି କୁଆଡ଼େ ଉଭେଇଯାଇଛି। ନଗଡ଼ାକୁ ଯୋଗାଯୋଗ ସଂଯୋଗ କରିବାକୁ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚକରି ପାହାଡ଼ ଚିରି ଯେଉଁ ରାସ୍ତା ନିର୍ମାଣ ହୋଇଥିଲା ଏବେ ତାହା କେତେଜଣ ସରକାରୀ ବାବୁଙ୍କ ଗାଡ଼ିଗୁଡ଼ିକ ପାଇଁ କେବଳ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି।
୨୦୧୬ ଜୁଲାଇରେ ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ରାସ୍ତା ନିର୍ମାଣ ପାଇଁ ପ୍ରାଧାନ୍ୟ ଦିଆଯାଇଥିଲା। ଗମନାଗମନ ବିନା ବିକାଶ ଅସମ୍ଭବ ବୋଲି ସେତେବେଳେ ମତପ୍ରକାଶ ପାଇଥିଲା। ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅଶୋକଝରଠାରୁ ଲୋୟର ନଗଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଲା। ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିପାଇଁ ୧୩ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ତେବେ ଏହି ମୋଟା ଅଙ୍କର ଆବଣ୍ଟିତ ଅନୁଦାନକୁ ଦେଖି ବିଭାଗୀୟ ଅଧିକାରୀମାନେ ଉତ୍ସାହର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। କେବଳ ମୋରମ ଓ ମେଟାଲରେ ରାସ୍ତା ନିର୍ମାଣକରି ଛାଡ଼ି ଦିଆଯାଇଥିଲା। ନଗଡ଼ାକୁ ଯିବା ସମୟରେ ରାସ୍ତାର ବାମ ପାର୍ଶ୍ୱରେ ଏକ ଡ୍ରେନ୍‌ ଖୋଳାଯାଇଥିଲା। ପାହାଡ଼ର ବର୍ଷାଜଳ ଏହି ଡ୍ରେନ୍‌ରେ ନିଷ୍କାସନ ହୋଇ ତଳକୁ ଗଡ଼ିଯିବାକୁ ଯୋଜନା ହୋଇଥିଲା। ହେଲେ ଡ୍ରେନ୍‌ରେ କଂକ୍ରିଟ୍‌କରଣ ହୋଇ ନ ଥିଲା କି ରାସ୍ତାକୁ ପିଚୁ କରାଯାଇ ନ ଥିଲା। ଫଳରେ ପରବର୍ତ୍ତୀ ସମୟରେ ଉକ୍ତ ଡ୍ରେନ୍‌ ପୋତିହେବା ଯୋଗୁ ବର୍ଷାପାଣିରେ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସହ କଟିଂଗୁଡ଼ିକ ସୃଷ୍ଟି ହୋଇଥିଲା।
ଖଣିଜ ସମ୍ପଦରେ ଭରପୂର ଜିଲାର ରତ୍ନଗର୍ଭା ଭାବେ ବିବେଚିତ ସୁକିନ୍ଦା ବ୍ଲକ ଅଞ୍ଚଳରେ ଏଭଳି ଭାବେ ଚାଲିବା ପାଇଁ ରାସ୍ତା ନ ଥିଲା। ତଳ ନଗଡ଼ା, ମଝି ନଗଡ଼ା ଓ ଉପର ନଗଡ଼ାକୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ତଥା ପାନୀୟ ଜଳ ଭଳି ମୌଳିକ ସୁବିଧା ସାତସପନ ହୋଇଥିଲା। ଏବେ ବି ତୁମୁଣି ଏବଂ ଗୁହିଆଶାଳକୁ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ସେଠାକାର ଗ୍ରାମବାସୀ ପାହାଡ଼ ଜଙ୍ଗଲ ଭିତରେ ପାଦଚଲା ରାସ୍ତାରେ ଯିବା ଆସିବା କରୁଛନ୍ତି। ଏବେ ବି ସେଠାରେ ସ୍ବାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ଠିକ୍‌ ଭାବେ ପହଞ୍ଚତ୍ପାରିନାହିଁ। ଅନୁରୂପ ଭାବେ ନଗଡ଼ା ଓ ସେଠାରେ ବସବାସ କରୁଥିବା ଜୁଆଙ୍ଗ ଆଦିବାସୀ ଲୋକଙ୍କ ଅବସ୍ଥାକୁ ଯିଏ ପୂର୍ବରୁ ଦେଖିଛି ସେ ହିଁ ବିଶ୍ୱାସ କରିପାରିବ ସେତେବେଳର ସ୍ଥିତି। କେବଳ ଗମନାଗମନ ସୁବିଧା ନ ଥିବାରୁ ସରକାରଙ୍କ କୌଣସି ଯୋଜନା ନଗଡ଼ାରେ ପହଞ୍ଚତ୍ପାରି ନ ଥିଲା। ନଗଡ଼ା ଆଦିବାସୀଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ସପନ ପରି ଲାଗୁଥିଲା। ସାମାଜିକ ଦାୟିତ୍ୱବୋଧକୁ ଖଣି କମ୍ପାନୀଗୁଡ଼ିକ ଭୁଲିଯାଇଥିଲେ। ନଗଡ଼ା ଶିଶୁ ମୃତ୍ୟୁ ଘଟଣା ପରେ ୨୦୧୬ ଜୁଲାଇ ଶେଷ ସପ୍ତାହ ବେଳକୁ ରାସ୍ତା ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନକୁ ଏହି ଦାୟିତ୍ୱ ସରକାର ଦେଇଥିଲେ। ୪ ମାସ ମଧ୍ୟରେ ନଗଡ଼ାକୁ ଯେପରି ଗାଡ଼ି ଚଳାଚଳ ହୋଇପାରିବ ସେଥିପାଇଁ ସରକାର ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ପ୍ରଥମେ ବିଭାଗୀୟ କାର୍ଯ୍ୟ ଅନୁସାରେ ୮.୧୦୦ କି.ମି. ରାସ୍ତା ପାଇଁ ୧୨.୮୧ କୋଟି ଟଙ୍କା ଜିଲା ଖଣିଜ ପାଣ୍ଠିରୁ ମଞ୍ଜୁର ହୋଇଥିଲା। ଏବେ ସେହି ନଗଡ଼ାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପିଚୁରାସ୍ତା ନିର୍ମାଣ ହେଉଛି। ଯେଉଁ ନଗଡ଼ାକୁ ଚାଲି ଚାଲି ଯିବା କଷ୍ଟକର ହେଉଥିଲା, ସେଠାକୁ ପହଞ୍ଚତ୍ବାକୁ ୩ରୁ ୪ ଘଣ୍ଟା ସମୟ ଲାଗୁଥିଲା। ରାସ୍ତା ନିର୍ମାଣ ହେବା ପରେ ସେଠାକୁ ମାତ୍ର ଅଧଘଣ୍ଟା ସମୟ ଲାଗୁଛି। ବିଳମ୍ବରେ ହେଲେ ବି ଏହି ସଫଳତା ବାସ୍ତବରେ ଜିଲା ପ୍ରଶାସନ ପାଇଁ ପ୍ରଶଂସନୀୟ ବୋଲି କୁହାଯାଇଥିଲା। ପରେ ବସ୍‌ ସେବା ମଧ୍ୟ କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ସେହି ବସ୍‌ ସେବା ଏବେ ନଗଡ଼ାବାସୀଙ୍କୁ ସ୍ବପ୍ନ ଭଳି ଲାଗୁଛି ବୋଲି ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କୁ ପଚାରିବାରୁ ନଗଡାକୁ ଏବେ ପିଚୁ ରାସ୍ତା କାମ ଚାଲିଛି। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଲକ୍ଷ୍ମୀ ଯୋଜନାରେ ବସ୍‌ ସେବା ଯୋଗାଇ ଦେବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri