
କେସିଙ୍ଗା,୨୯।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ହେଉଛି ଏକ ପୁରାତନ ଆଦିବାସୀ ଅଧୁଷ୍ଠିତ ଗ୍ରାମ। ପଥର୍ଲା, ପଲକା ପଡା ଓ ବାହାଦୂରପଦର ପଡାର ମୁଖ୍ୟ ପାହାଡ ହେଉଛି
ମଣିଭଦ୍ରା ବିରିପୁରା ପାହାଡ । ସେହି ମଣିଭଦ୍ରା ବିରିପୁରା ପାହାଡର ଦେବା ଦେବୀଙ୍କ କୃପାରୁ ସର୍ବ ପ୍ରଥମେ ପଥର୍ଲା ଗ୍ରାମବାସୀ ନୂଆଖାଇ ପର୍ବ ପାଳନ କରିଥାଆନ୍ତି। କିନ୍ତୁ ବାହାଦୁରପଦର ରାଜସ୍ବ ଗ୍ରାମ ରୂପେ ମାନ୍ୟତା ପାଇ ଥିବାରୁ ଅତ୍ୟନ୍ତ ଖୁସି, କିନ୍ତୁ ଦୁଃଖର କାରଣ ପଥର୍ଲା ଗ୍ରାମ ଓ ପଲକା ପଡା ବାସୀଙ୍କ ଅଜାଣତରେ ସୀମା ର୍ନିଦ୍ଧାରଣ କରି ଡଙ୍ଗର ମୁରଲୀ ଗ୍ରାମର ସୀମାଠାରୁ ମଣିଭଦ୍ରା ବିରିପୁରା ପାହାଡ ଓ ପଲକା ପଡା ମାଁ ଧରଣୀ ଦେବୀଙ୍କ ପୀଠ ପର୍ଯ୍ୟନ୍ତ ବହାଦୁର ପଦର ମୌଜକୁ ରାଜସୱ ବିଭାଗ ପକ୍ଷରୁ ମାନ୍ୟତାଦେଇ ଥିବାରୁ ପଥର୍ଲା ଗ୍ରାମ ଓ ପଲକା ପଡା ବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ କରି ଜିଲାପାଳ ,ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ କରିଛନ୍ତି । ଜିଲା ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ଯେ, ଉକ୍ତ ପାହାଡ଼ ସହିତ ପଥର୍ଲା ଓ ପଲକା ପଡା ଜମି ପଥର୍ଲା ମୌଜକୁ ମଧ୍ୟ ସାମିଲ କରିବା ପାଇଁ ଭୟ ଗ୍ରାମବାସୀ ଦାବି କରିଛନ୍ତି। ଯଦି ଉକ୍ତ ଦୁଇଟି ଗ୍ରାମ କୁ ରାଜସ୍ବ ଗ୍ରାମ ରୂପେ ମାନ୍ୟତା ଦିଆ ନ ଗଲେ ରାଜରାସ୍ତାକୁ ଓହ୍ଲାଇ ଗଣ ଧାରଣା ଦେବା ପାଇଁ ଆଦିବାସୀ ଗ୍ରାମର ଜନସାଧାରଣ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି।